Source :- ODIA PUA
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ପରମାନନ୍ଦପୁର ବିଦ୍ୟାଳୟର ଶିକ୍ଷକ ତଥା ସରସଦା ଓ ବାରିକପୁର ସାଧନ କେନ୍ଦ୍ରର ଶିକ୍ଷା ସଂଯୋଜକ ବିଶ୍ୱରଞ୍ଜନ ଷେଣ୍ଢ(୫୩ ବର୍ଷ)ଙ୍କର ଶୁକ୍ରବାର ଦିନ ପ୍ରାୟ ୨ ଟାବେଳେ ହୃଦଘାତରେ ପରଲୋକ ହୋଇଯାଇଛି।ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।ତାଙ୍କ ବିୟୋଗ ଖବର ଜାଣିବା ପରେ ଶିକ୍ଷକ ଓ ଅଭିଭାବକ ମହଲରେ ଶୋକ ପ୍ରକାଶ ପାଇଛି ।ସେ ଜଣେ ଆଦର୍ଶ ଶିକ୍ଷକ ଓ ଶିକ୍ଷା ସଂଯୋଜକ ଭାବେ ସମସ୍ତଙ୍କର ପ୍ରିୟ ଥିଲେ। ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି। ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି ।
SOURCE: ODIA PUA



