Home national news oriya ଶ୍ରୀରାମପୁରରେ ଝୁଲଣ ଯାତ୍ରା ଉଦ୍‌ଯାପିତ

ଶ୍ରୀରାମପୁରରେ ଝୁଲଣ ଯାତ୍ରା ଉଦ୍‌ଯାପିତ

2
0

Source :- ODIA PUA

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଗୋପିନାଥପୁର ପଚାଂୟତର ଶ୍ରୀରାମପୁର ରାଧାଗୋବିନ୍ଦ ମନ୍ଦିର ପ୍ରାଙ୍ଗଣରେ ୭ ଦିନ ଧରି ଚାଲିଥିବା ଝୁଲଣ ଯାତ୍ରା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି । ପ୍ରଭୁ ଶ୍ରୀ ରାଧାକ୍ରୀଷ୍ଣଙ୍କ ଯୁଗଳ ମୂର୍ତୀକୁ ସୁସଜ୍ଜିତ ବିମାନରେ ବସାଯାଇ ଝୁଳଣ ଯାତ୍ରା ଆରମ୍ଭ କରାଯାଇଥିଲା । ଶତାଧିକ ବର୍ଷ ଧରିି ଦାସ ସାହିରେ ଏହି ପୂଜା ପାଳନ କରାଯାଉଥିବା ବେଳେ ପ୍ରତ୍ୟେହ ସନ୍ଧ୍ୟାରେ ନଦିଆ କୀର୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ରବିନାରାୟଣ ଦାସ, ସତ୍ୟନାରାୟଣ ଦାସ, କୀର୍ତନ ବାଦକ ଭବାନୀ ଶଙ୍କର ଦାସ, ମୃଦଙ୍ଗବାଦକ ଚିତରଞ୍ଜନ ଦାସ , ଚିରଞ୍ଜିବୀ ଦାସ, ଗାୟକ ଅନାଦି ପ୍ରସାଦ ଦାସ, ରିତାରାଣୀ ଦାସ ପ୍ରମୁଖ ବିଭିନ୍ନ ଦିବସର କାର୍ଯ୍ୟକୁ ପରିଚାଳନା କରିଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

SOURCE: ODIA PUA