Home national news oriya ଶ୍ରୀ ଜଗନ୍ନାଥ ସଂସ୍କୃତିରେ ମାନବୀୟ ସଂସ୍କୃତିର ଝଲକ

ଶ୍ରୀ ଜଗନ୍ନାଥ ସଂସ୍କୃତିରେ ମାନବୀୟ ସଂସ୍କୃତିର ଝଲକ

6
0

Source :- ODIA PUA

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶ୍ରୀ ଜଗନ୍ନାଥ ସଂସ୍କୃତିରେ ମାନବୀୟ ସଂସ୍କୃତିର ଝଲକ ବହୁ ପରିମାଣରେ ଦେଖିବାକୁ ମିଳେ । ଶ୍ରୀ ଜଗନ୍ନାଥଙ୍କ ପାଇଁ ଓଡ଼ିଆ ଜାତି ଓ ଓଡ଼ିଶା ବହୁ ଖ୍ୟାତି ଓ ପ୍ରତିଷ୍ଠା ଲାଭ କରିଛି । ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ପଂଚମ ଦିବସୀୟ ଉଦଯାପନୀ ଦିବସରେ ବକ୍ତାଗଣ ମତ ପ୍ରକାଶ କରିଥିଲେ । ଉଦଘାଟନୀ ଦିବସରେ ଭଦ୍ରକର ଲୋକପ୍ରିୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉତ୍ସବ ଉଦଘାଟନ କରି ସମିତିର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ପ୍ରଚାର ସମିତିର ମହା ସଂସ୍କୃତିର ଜାଗରଣ ଯାତ୍ରାର ପଂଚ ଦିବସୀୟ କାର୍ଯ୍ୟକ୍ରମ ଗୁଡ଼ିକରେ ମୁଖ୍ୟବକ୍ତା ଓ ଅତିଥି ଭାବରେ ଡଃ ନିତ୍ୟାନନ୍ଦ ମିଶ୍ର, ମନୋରମା ଆଚାର୍ଯ୍ୟ, କୃପାସିନ୍ଧୁ ନାୟକ, ଡ. ଜାନକୀ ପାଢ଼ୀ, ସମୁକ୍ତା ବନ୍ଦ ନାୟକ, ମନୋରମା ରାୟ, କଳ୍ପନା ଜେନା, ଡଃ ପ୍ରତାପ ଚନ୍ଦ୍ର ରଥ, ଶ୍ରୀମତୀ ମିଶ୍ର ପ୍ରମୁଖ ବହୁ ବକ୍ତା ଯୋଗଦାନ କରି ନିଜ ନିଜ ମତ ପ୍ରକାଶ ରଖିଥିଲେ । ପ୍ରଶାଶନିକ କ୍ଷେତ୍ରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସୌରଭ ଚକ୍ରବର୍ତୀ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍‌କା ଙ୍କୁ ‘ବଡ଼ଦାଣ୍ଡ ସେବକ’ ଓ ବୈଦ୍ୟୁତିକ ଗଣମାଧ୍ୟମ ଓ ପ୍ରିଂଟିଂ ମିଡିଆର ପ୍ରମୁଖ କେତେକ ପ୍ରତିନିଧିଙ୍କୁ ବଡ଼ଦାଣ୍ଡ ସେବକ ଭାବରେ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଚାର ସମିତିର ମୁଖ୍ୟ ଡଃ ଭାଗିରଥି ନନ୍ଦ ଶର୍ମା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ ସମିତିର ଲକ୍ଷ୍ୟ ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ । ସହ ଆବାହକ ବାବୁଲାଲ ଦାସ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଉପଦେଷ୍ଟା ଶରତ ଚନ୍ଦ୍ର ମହାନ୍ତି ଅତିଥି ଗଣଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାଶୀନାଥ ପଣ୍ଡା, ସନେଇ ଶିଅଳ, ସୁବାସ କୁମାର ବଳ, ସନାତନ ସାହୁ, କାହ୍ନୁ ଚରଣ ଦାଶ, ଲକ୍ଷ୍ମୀଧର ଖଟୁଆ, ରାଜେନ୍ଦ୍ର ପ୍ରସାଦ ଅଗସ୍ତି, ଅରୁଣ କୁମାର ପୃଷ୍ଟି, ପୁଷ୍ପଲତା ଦାସ, ଉମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ବହୁ ସଭ୍ୟ ସଭ୍ୟା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏଥିରେ ସଂକୀର୍ତନ ମଣ୍ଡଳୀଙ୍କୁ ନେଇ ‘ଦିବ୍ୟ ଚେତନା ଅଭିଯାନ’ ଭକ୍ତଙ୍କୁ ନେଇ ଭକ୍ତି ଚେତନା ମଂଚ, ଭାଗବତ ଟୁଙ୍ଗୀ ସଦସ୍ୟଙ୍କୁ ନେଇ “ଭାବବିନିମୟ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା ।

SOURCE: ODIA PUA