Home national news oriya ସଡକ ଦୁର୍ଘଟଣାରେ ମହିଳା ମୃତ

ସଡକ ଦୁର୍ଘଟଣାରେ ମହିଳା ମୃତ

2
0

Source :- ODIA PUA

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କହରାପୋଖରୀ ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସକାଳ ୯.୩୦ମି. ସମୟରେ ସଡକ ଦୁର୍ଘଟଣାରେ ଜଣେ ମହିଳା ମୃତ୍ୟୁବରଣ କରିଛି। ଭଦ୍ରକ ଆଡୁ ଦ୍ରୁତ ବେଗରେ ଆସୁଥିବା ଓଡି ୧୧ ଏମ ୦୮୯୮ନଂ ମାରୁତି ସୁଜୁକି କାର ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ସଂପୃକ୍ତ ମହିଳା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ପୁଲିସ ମାମଲା ଋଜୁ କରିବା ସହଦୁର୍ଘଟଣା ଘଟାଇଥିବା କାର ଓ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିବା ଜଣାଯାଇଛି।

SOURCE: ODIA PUA