Home national news oriya ସମାଜସେବୀ ସୁଭଦ୍ରାଙ୍କ ସ୍ମୃତିସଭା

ସମାଜସେବୀ ସୁଭଦ୍ରାଙ୍କ ସ୍ମୃତିସଭା

1
0

Source :- ODIA PUA

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଧନିଓଝା ଗ୍ରାମର ବିଶିଷ୍ଟ ସମାଜସେବିକା ସୁଭଦ୍ରା ସାମଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ସ୍ମୃତି ସଭା ଅନୁଷ୍ଠିତ ହୋଇଛି । ନିମାପଡାସ୍ଥିତ ଜଗନ୍ନାଥ ମନ୍ଦିରରେ ଆୟୋଜିତ ସଭାକୁ ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ସାହୁ ପୌରହିତ୍ୟ କରିଥିଲେ । ଏଥିରେ ବିଶିଷ୍ଟ ନାଟ୍ୟକାର ଡ. ସୁଧାଂଶୁ ଶେଖର ନାୟକ, ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ଶୁଭେନ୍ଦ୍ର କୁମାର ମିଶ୍ର, ସାହିତ୍ୟିକ ଚର୍ତୁଭୂଜ ପହି, ସମାଜସେବୀ ସୂର୍ଯ୍ୟମଣି ରାଉଳ,ବନ୍ତ ବରିଷ୍ଠ ନାଗରିକ ମଂଚର ସମ୍ପାଦକ ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପାଢୀ, ସହ-ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା, ଶିକ୍ଷାବିତ୍ ହୃଷିକେଷ ମିଶ୍ର,ରମାକାନ୍ତ ଜେନା, ଶଶି ଶେଖର କରଶର୍ମା, ଲବଙ୍ଗଲତା ସାହୁ,ସୋମନାଥ ନାୟକ, ନିମାପଡା ଶିଶୁ ମନ୍ଦିରର ପ୍ରଧାନର୍ଚାର୍ଯ୍ୟା ଇତିଶ୍ରୀ ମହାପାତ୍ର, ଇଂ.ସୁଧାଂଶୁ ନାୟକ, ସାମ୍ବାଦିକ ହେମନ୍ତ ସିଂହ, ଶିବ ନାରାୟଣ ବିଶ୍ୱାଳ, ନମିତା ବେହେରା, ଆଶିଷ ସାହୁ, ସୁରେଶ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସୁଭଦ୍ରାଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଜୈଷ୍ଠ ପୁତ୍ର ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପରିବାରର ଦେବାନାମ ପ୍ରିୟ ସାମଲ, ପୁର୍ଣ୍ଣଚନ୍ଦ୍ର ସାହୁ,ଟିସା ସାମଲଙ୍କ ସମେତ ଗୁରୁଜିଗୁରୁମା ଉଷାରାଣୀ ବେହେରା ଦମୟନ୍ତୀ ପାଣିଗ୍ରାହୀ, ସାବିତ୍ରୀ ମାଝୀ, ସସ୍ମିତା ପତି, ସବିତାରାଣୀ ଦାଶ, ପ୍ରଭାତୀ ପତି, ମିନତୀ ଲତା ରାଉତ,ନିରୁପମା ପାଣିଗ୍ରାହୀ, ସୁନିଲ କୁମାର ରାଉଳ, ପ୍ରସନ କୁମାର ରଥ,ମାନସ କୁମାର ନାୟକ, ରେବତି ବାରିକ, ସୁପ୍ରଭା ପତି ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ଥାନୀୟ ଶିଶୁ ମନ୍ଦିର ଛାତ୍ରଛାତ୍ରୀ, ଗୁରୁଜୀଗୁରୁମାଙ୍କ ସମେତ ଉପସ୍ଥିତ ବ୍ୟକ୍ତିଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

SOURCE: ODIA PUA