Home national news oriya ସାବିତ୍ରୀଙ୍କ ସ୍ମୃତିରେ ଚକ୍ଷୁ ପରୀକ୍ଷା ଓ ବୃକ୍ଷ ରୋପଣ

ସାବିତ୍ରୀଙ୍କ ସ୍ମୃତିରେ ଚକ୍ଷୁ ପରୀକ୍ଷା ଓ ବୃକ୍ଷ ରୋପଣ

4
0

Source :- ODIA PUA

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତର ବିଶିଷ୍ଠ ସମାଜ ସେବିକା ତଥା ନାଟ୍ୟକାର ଡ଼ ସୁଧାଂଶୁ ଶେଖର ନାୟକଙ୍କ ମା ସାବିତ୍ରୀ ନାୟକଙ୍କ ଏକାଦଶାହ ଅବସରରେ ମା ପାଇଁ ଗଛଟିଏ ଏବଂ ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳେ ଗଭରପୁର ସ୍ଥିତ ସାବିତ୍ରୀ ଉପବନ ପଡ଼ିଆରେ ସମାଜ ସେବିକାଙ୍କ ସ୍ମୃତିରେ ବୃକ୍ଷ ରୋପଣ କରାଯାଇଥିଲା।ପରିବାରର ସୁଧାଂଶୁ,ରମେଶ ଅମରେଶ,ସରେଶ,ମହେଶ,ମମତା,କଳ୍ପନା,କୁନି,ଗାଇନା,ରେବତୀ,ସରିତା,ହେମଲତା,ଲିଲି,ଏଲି,ଲକି,ଜକି ପ୍ରମୁଖ ବୃକ୍ଷ ରୋପଣ କରିଥିଲେ। ପରେ ଗଭରପୁର ସ୍କୁଲ ପରିସରରେ କେୟାର ନେତ୍ରମ୍ ଭୂବନେଶ୍ୱର ପକ୍ଷରୁ ଚକ୍ଷୁ ପରୀକ୍ଷା କରାଯାଇଥିଲା।ସମୃକ୍ତ ଅଂଚଳର ଟିଲୋ,ବସନ୍ତିଆ,ବନ୍ତ,ରାମଚନ୍ଦ୍ରପୁର,ପଦାନପଡ଼ା,ଆଡ଼ିଆ ଆଦି ପଂଚାୟତର ୧୦୬ ଜଣଙ୍କର ଚକ୍ଷୁ ପରିକ୍ଷା କରାଯାଇ ଶହେ ଜଣଙ୍କୁ ସାବିତ୍ରୀ ନାୟକଙ୍କ ସ୍ମୃତି ଉଦେଶ୍ୟରେ ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା। କେୟାର ନେତ୍ରମ୍ ଭଦ୍ରକ ଜିଲ୍ଲା ସଂଯୋଜକ ଡ଼ାକ୍ତର ବିଶ୍ୱ ଭୂଷଣ ଦାସ,ରୋଜାଲିନ ଘଡ଼େଇ,ରୁନୁ ନାୟକ,ପ୍ରତିମା ଜେନା,ନେତ୍ରସାକ୍ଷି ତିଳୋତମା ବାରିକ ପ୍ରମୁଖ ଚକ୍ଷୁ ପରିକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ଆଇନଜୀବି ମାଧବାନନ୍ଦ ଦାସ,ପ୍ରବିର ରାଉତ,କୁନା ସାହୁ,ନବ ଜେନା,ରବି ସେଠୀ,ଅନନ୍ତ ନାୟକ,ହେମନ୍ତ ମଲିକ ପ୍ରମୁଖ ସହଯୋଗ କରିଥିଲେ।

SOURCE: ODIA PUA