Source :- ODIA PUA

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛାତ୍ର ଜୀବନରେ ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ବିରୁଧରେ ଲଢେଇ କରି ମାତ୍ର ୨୦ ବର୍ଷ ବୟସରେ ମିସା ବଂଦୀ ଭାବେ ଜେଲ ଖାନାରେ ରହି ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା କେରଳ ରାଜ୍ୟର ଦଳିତ ନେତା ପରବର୍ତୀ ଅବସ୍ଥାରେ ଲଢେଇ ମାଧ୍ୟମରେ ସେ ସିପିଆଇ(ଏମ) ର ସର୍ବୋଚ୍ଚ କମିଟି ପଲିଟବ୍‌ଯୁରୋ ସଭ୍ୟ ହୋଇଥିବା ବେଳେ ୨୦୧୬ ରୁ ୨୦୨୬ କେରଳ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ କେରଳ ରାଜ୍ୟକୁ ଅତି ଦାରିଦ୍ର‌୍ୟ ମୁକ୍ତ ରାଜ୍ୟ ଭାବେ ରୂପାନ୍ତରିତ କରି ସାରା ବିଶ୍ୱରେ ସୁଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ କେରଳ ରାଜ୍ୟ ଶତପ୍ରତିଶତ ଶିକ୍ଷିତ ରାଜ୍ୟରେ ପରିଣତ ହେବା ସଂଗେ ସଂଗେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ନିୟନ୍ତ୍ରଣ କରିବାରେ ବିଶ୍ୱର ବିଭିନ୍ନ ବିକଶିତ ଦେଶ ସାଂଗରେ କେରଳ ରାଜ୍ୟକୁ ସମତୁଲ କରାଇ ପାରିଛନ୍ତି । କେରଳ ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା,ଗମନାଗମନ ଓ ପର୍ଯ୍ୟଟନ କ୍ଷେତ୍ରରେ ୟୁରୋପୀୟ ରାଷ୍ଟ୍ର ମାନଙ୍କ ସହିତ କେରଳ ରାଜ୍ୟକୁ ସମକକ୍ଷ କରାଇପାରିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ରାଷ୍ଟ୍ରସଂଘ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କେରଳରେ ବାମ ଗଣତାନ୍ତ୍ରିକ ମେଂଟ ସରକାରଙ୍କ କୃତିତ୍ୱ ଓ ବିକାଶ ସହ୍ୟ ନକରି ପାରି ଗତ ବିଧାନସଭା ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ତାଙ୍କ ବିରୁଦ୍ଧରେ କୁତ୍ସା ପ୍ରଚାର କରାଯାଇଥିଲା । ବାମ ଗଣତାନ୍ତ୍ରିକ ମେଂଟର ନେତା ଭାବେ ସେ କେରଳ ବିଧାନସଭାରେ ବର୍ତମାନ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ଦକ୍ଷତା ଓ ନେତୃତ୍ୱ ପ୍ରତି ଅସହିଷ୍ଣୁ ହୋଇ ତାଙ୍କୁ ବଦନାମ କରିବା ଓ ଦମନ କରିବା ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ତାଙ୍କ ବିରୁଦ୍ଧରେ ଇଡି ଚଢାଉ କରି ତାଙ୍କ ଭଡାଘରୁ କିଛି ନପାଇ ଖାଲି ହାତରେ ଫେରିଛି । ବିରୋଧୀ ରାଜନୈତିକ ଦଳର ଶୀର୍ଷ ନେତୃତ୍ୱ ପିନରାଇ ବିଜୟନ ଙ୍କ ଭଡା ଘର ଉପରେ ଇଡି ଚଢାଉ କୁ ବିରୋଧ କରି ଦିଲ୍ଲୀରେ ସିପିଆଇ(ଏମ) ସାଧାରଣ ସଂପାଦକ ଏମ୍ ଏ ବେବି, ପଲିଟବ୍‌ଯୁରୋ ସଭ୍ୟ ଅଶୋକ ଧାୱଲେ, ପଲିଟବ୍‌ଯୁରୋ ସଭ୍ୟା ମାରିଆମ ଧାୱଲେ, ପଲିଟବ୍‌ଯୁରୋ ସଭ୍ୟ ବିଜୁ କ୍ରୀଷ୍ଣନ୍ , ବରିଷ୍ଠ ନେତ୍ରୀ ବ୍ରିନ୍ଦା କାରାତ୍‌, କେନ୍ଦ୍ର କମିଟି ସଭ୍ୟ ବିକ୍ରମ ସିଂ ପ୍ରମୁଖ ଆନ୍ଦୋଳନ କରୁଥିବା ବେଳେ ଦିଲ୍ଲୀ ପୋଲିସ ଅମାନୁଷିକ ଭାବେ ସେହି ଆନ୍ଦୋଳନକୂ ଦମନ କରିଛି । କେରଳର ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଙ୍କ ଉପରେ ହୋଇଥିବା ଏହି ସରକାରୀ ଦମନ ର ଅପଚେଷ୍ଟା ଓ ଇଡି ଚଢାଉ ବିରୁଦ୍ଧରେ ଓ ସିପିଆଇ(ଏମ) ସାଧାରଣ ସଂପାଦକ ଏମ୍ ଏ ବେବି ଙ୍କ ସମେତ ସିପିଆଇ(ଏମ) କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ ଦିଲ୍ଲୀ ପୋଲିସର ଅଗଣତାନ୍ତ୍ରିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ବିକ୍ଷୋଭ ଭଦ୍ରକ ବନ୍ତଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭରେ ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ,ରାଜ୍ୟ କମିଟି ସଭ୍ୟ ନିର୍ମଳ ନାୟକ, ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ଅନ୍ୟତମ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଭାସ ମହାପାତ୍ର, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବରିଷ୍ଠ ନେତା ନିରଞ୍ଜନ ପାଣି, ଯୁବନତା ମଂଟୁ ମୁଣ୍ଡା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଏହି ଦମନ ମୂଳକ ନୀତି ବିରୁଦ୍ଧରେ ସ୍ୱର ଉତୋଳନ କରିଥିଲେ ।

SOURCE: ODIA PUA