Home national news oriya ସୁରକ୍ଷା ମଂଚ ପକ୍ଷରୁ ବିଦାୟୀ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ସୁରକ୍ଷା ମଂଚ ପକ୍ଷରୁ ବିଦାୟୀ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

1
0

Source :- ODIA PUA

ଭଦ୍ରକ, ୧ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) ଭଦ୍ରକର ଲୋକପ୍ରିୟ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ ଗତ ୩୧ ତାରିଖ ଶୁକ୍ରବାର ସରକାରୀ ଚାକିରୀରୁ ଅବସର ନେଇଛନ୍ତି । ଆଜି ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ପ୍ରାକ୍ତନ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମହାସଂଘ ସମେତ ବିଭିନ୍ନ ବ୍ଲକରେ ଥିବା ୩୦ ଗୋଟି ସଂଘ ଓ ବ୍ୟକ୍ତି ବିଶେଷ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏହି ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଏଥିରେ ବିଦାୟୀ ଜିଲାପାଳଙ୍କ ସମେତ ସହଧର୍ମିଣୀ ପ୍ରିତୀଲତା ରାଉତରାୟ, ସଂଘ ସଭାପତି ଲଲାଟେନ୍ଦୁ ମହାନ୍ତି, କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ, ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ପ୍ରମୁଖ ମଂଚାସିନ ଥିଲେ । ଜିଲ୍ଲାପାଳ ଭଦ୍ରକ ବାସୀଙ୍କ ଭଲ ପାଇବା ଏବଂ ସବୁରୀ ହୃଦୟରେ ରହିଛି ବୋଲି କହିଥିଲେ । ଏହି ଅବସରରେ ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଂଚ ସଭାପତି କୈଳାସ ଚନ୍ଦ୍ର ଧଳଙ୍କ ତତ୍ୱାବଧାନରେ ଉପ-ସଭାପତି ଚିତରଞ୍ଜନ ସାମନ୍ତରାୟ, ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ଦାସ, ସଭ୍ୟ ସୁରେନ୍ଦ୍ର ନାଥ ବିନ୍ଧାଣୀ, ସନାତନ ନାୟକ, ସାମ୍ବାଦିକ ହେମନ୍ତ ସିଂହ ପ୍ରମୁଖ ବିଦାୟୀ ଜିଲ୍ଲାପାଳଙ୍କୁ ମାନପତ୍ର, ଉତରୀୟ, ପୁଷ୍ପଗୁଚ୍ଚ ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ସେହିପରି ବନ୍ତ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ସଭାପତି ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକ, ସମ୍ପାଦକ ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପାଢୀ, ସହ ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା, ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ସାହୁ, ରମାକାନ୍ତ ଜେନା, ଅଲେଖ ଚନ୍ଦ୍ର ନାୟକ, ହେମନ୍ତ ମଳ୍ଳିକ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ । ସଭାରେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସ୍ଥାୟୀ ଉପଦେଷ୍ଟା ଭାବେ ବିଦାୟୀ ଜିଲ୍ଲାପାଳଙ୍କୁ ଗ୍ରହଣ କରାଗଲା । କୋଷାଧ୍ୟକ୍ଷ ବିଜୟ ସେନାପତି, ଇନ୍ଦ୍ରମଣି ପଣ୍ଡା, ସୁକାନ୍ତ ମିଶ୍ର, ଡ.ସୁଧାଂଶୁ ନାୟକ, ବୈଲୋଚନ ଜେନା, ଗଗନ ବିହାରୀ ରାଉତ, ମହେଶ୍ୱର ବେହେରା, ଗଙ୍ଗାଧର ପଣ୍ଡା, ଅମର ପାଣିଗ୍ରାହୀ, ଜଗନ୍ନାଥ ରାୟ, ସୋମନାଥ ପାଢୀ, ଭାଗିରଥୀ ନାୟକ, ପ୍ରମୋଦ ସ୍ୱାଇଁ,ଝରଣା ପଟ୍ଟନାୟକ, ରାଧାରାଣୀ ମହାପାତ୍ର, ଶକୁନ୍ତଳା ନାୟକ, ଗୀତାରାଣି ଆଇଚ, ବସନ୍ତ ପାଣିଗ୍ରାହୀ, ଅମ୍ବିକା ବଲ୍ଲଭ ସ୍ୱାଇଁ, ପର୍ଶୁରାମ ଦ୍ୱିବେଦୀ, ଅରୁଣ ଲଖାନୀ, ଡ.ହକିମୁଦିନ ଖାଁ , ରାମଚନ୍ଦ୍ର କର, ସୁଧାକର ରାଉତ, ବୈଲୋଚନ ବେଉରିଆ, ଧିରେନ୍ଦ୍ର କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରେ ଡ.ସୁଧାଂଶୁ ଶେଖର ନାୟକଙ୍କ ତତ୍ୱାବଧାନରେ ବନ୍ତର ଉଭୟ ସଂଘର କର୍ମକର୍ତା ମାନେ ନୂତନ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ କାର୍ଯ୍ୟାଳୟରେ ଭେଟି ସୌଜନ୍ୟ ମୂଳକ ସକ୍ଷାତ କରିଥିଲେ ।

SOURCE: ODIA PUA