Home national news oriya ସେବା ସେତୁ ଶିବିରକୁ ଶୁଭାରମ୍ଭ କଲେ ଭଦ୍ରକ ସାଂସଦ

ସେବା ସେତୁ ଶିବିରକୁ ଶୁଭାରମ୍ଭ କଲେ ଭଦ୍ରକ ସାଂସଦ

2
0

Source :- ODIA PUA

ଭଦ୍ରକ, ୧୦ ଅକ୍ଟୋବର (ହି.ସ.) – ସେବା ସଂକଳ୍ପ ଅଭିଯାନ ଅବସରରେ ଶୁକ୍ରବାର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସମ୍ମିଳକୀ କକ୍ଷରେ ସେବା ସେତୁ ଶିବିର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ବିଡିଓ ସୀତାକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଏବିଡିଓ ମାନସ କୁମାର ଜେନା, ସହକାରୀ କାର୍ଯର୍୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, ଜିପିଡିଓ ସୂଚୀସ୍ମିତା ବାରିକ ଯୋଗ ଦେଇ ଯୋଗ୍ୟ ନାଗରିକ ମାନଙ୍କୁ ଗୋଟିଏ ଛାତ ତଳେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ସରକାରୀ ସେବାର ସିଧା ସଳଖ, ସରଳୀକୃତ ଏବଂ ଶୀଘ୍ର ଉପଲବ୍ଧତା ପ୍ରଦାନ କରିବା ନେଇ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା କହିଥିଲେ । ଏପରିପ୍ରେକ୍ଷୀରେ ବ୍ଲକର ହିତାଧିକାରୀ ମାନେ କିପରି ସମସ୍ତ ସରକାରୀ ଯୋଜନାର ସୁଫଳ ପାଇପାରିବେ ସେନେଇ ସମସ୍ତ ଅଧିକାରୀ ମାନେ ଯତ୍ନବାନ ହେବା ଉଚିତ ବୋଲି ସାଂସଦ କହିଥିଲେ । ଏହି ଅବସରରେ ବ୍ଲକରେ କୃଷି, ମତ୍ସ୍ୟ, ପଶୁପାଳନ, ଆବାସ, ସାମାଜିକ ସୁରକ୍ଷା ଆଦି ବିଭିନ୍ନ ଯୋଜନାର ସଫଳତା ସମ୍ପର୍କରେ ସମ୍ପୃକ୍ତ ବିଭାଗର ଅଧିକାରୀ ମାନେ ସୂଚନା ଦେଇଥିଲେ । ଶିବିରରେ ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି, ସିଡିପିଓ ଆଲାଦି ମାରାଣ୍ଡି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁ, ମନରେଗା ବିଭାଗର କର୍ମଚାରୀ ଅନନ୍ତ କିଶୋର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ୨୦ରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଛେଳି, ଗାଈ, କୁକୁଡା, ଜିଆଖତ, ପିଜୁଳି ଓ ମାଛ ଚାଷ କରି ସ୍ୱାବଲମ୍ବୀ ସହ ସରକାର ଓ ବିଭାଗୀୟ କର୍ମଚାରୀଙ୍କ ସହଯୋଗ ନେଇ ଜୟନ୍ତୀ ଲେଙ୍କା ମତ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମିତ୍ରଭାନୁ ସ୍ୱାଇଁ, ରତ୍ନାକର ଜେନାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

SOURCE: ODIA PUA