Source :- ODIA PUA
ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ପଂଚାୟତ ସମିତି କାର୍ଯ୍ୟାଳୟରେ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ବୁଧବାର ଦିନ ‘ସେବା ସେତୁ ଶିବିର’ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କୁ ମିଳୁଥିବା ବିଭିନ୍ନ ଜନକଲ୍ୟାଣକାରୀ ସେବା ଓ ସରକାରୀ ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଜନସାଧାରଣଙ୍କ ନିକଟରେ ସରକାରୀ ସେବାକୁ ସହଜ ଓ ସୁଗମ ଭାବେ ପହଂଚାଇବା ସହ, ଲୋକଙ୍କ ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତି ସେଠି, ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତ କାନ୍ତି ସାମଲ, ବିଡିଓ ଦେବଦତ ଦାଶ ପ୍ରମୁଖଙ୍କ ସମେତ ବ୍ଲକର ବିଭିନ୍ନ ୍ୱିଭାଗ କର୍ମଚାରୀ ଓ ବିଜେପିର କାର୍ଯ୍ୟକର୍ତା ମାନେ ଯୋଗଦେଇଥିଲେ।
SOURCE: ODIA PUA




