Source :- ODIA PUA
ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୯୯ର ମହାବାତ୍ୟା ପରେ ଧାମରା ଅଂଚଳ ହୋଇପଡିଛି ସୁନାମୀ ପ୍ରବଣ। ଏହାକୁ ଦୃଷ୍ଟିରେ ରଖି ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୁପକ୍ଷ ଏବଂ ରେଡକ୍ରସ ପକ୍ଷରୁ ଚାନ୍ଦବାଲି ବ୍ଲକରେ ୩୫ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା। ତନ୍ମଧ୍ୟରୁ ଧାମରା ଅଂଚଳ ଅଧିକ ସୁନାମୀ ପ୍ରବଣ ବୋଲି ଚିହ୍ନଟ ହେବା ପରେ ଆଜି ଦୋସିଙ୍ଗା ପଂଚାୟତ ଦୋସିଙ୍ଗା, ପ୍ରଦ୍ୟୁତ ନଗର, ରବିନ୍ଦ୍ର ନଗର, ଅମର ନଗର ଏବଂ ସାବିତ୍ରି ସରାଇ ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ସୁନାମୀ ସାଇରନ ଅଥବା ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୁନାମୀକୁ ନେଇ କୌଣସି ବାର୍ତା ଆସିଲେ ଆପଦ ସମୟରେ କିପରି ସାଧାରଣ ଜନତା , ରୋଗୀ ,ବୃଦ୍ଧ,ବୃଦ୍ଧା ମାନଙ୍କୁ ସୁରକ୍ଷିତ ସ୍ଥାନ ମାନଙ୍କୁ ନିଆଯିବା ସହ ସମସ୍ତଙ୍କୁ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖି ଆଜି ହୋଇଥିବା ମକଡ୍ରିଲରେ ରେଡକ୍ରସର କର୍ମଚାରୀ, ହୋମଗାର୍ଡ, ଏନ ସି ସି କ୍ୟାଡେଟ, ସାଗର ମିତ୍ର, ଆପଦ ମିତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଜନ ସାଧାରଣଙ୍କୁ ସାହାଯ୍ୟ କରି ସୁରକ୍ଷିତ ସ୍ଥାନକୁ ନିଆଯିବ ଏବଂ ସମସ୍ତ ଆଶୁ ଚିକିତ୍ସା ଉପଲବ୍ଧ କରାଇବା ଏବଂ ସାଧାରଣ ଜନତା ଭୟଭୀତ ନହୋଇ ବିପଦ ଆପଦକୁ ମୁକାବିଲା କରାଇବା ଏହାହିଁ ଏହି ମକଡ୍ରିଲ ମୂଳ ଲକ୍ଷ୍ୟ।ଆଜି ୫ଟି ବାତ୍ୟା ଆଶ୍ରୟସ୍ଥଳି ରେ ହୋଇଥିବା ମକଡ୍ରିଲରେ ଦୋସିଙ୍ଗା ପଂଚାୟତର ସରପଂଚ ରାମକୃଷ୍ନ ଜାନା,ବିଜେପି ରାଜ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ଦେବେନ୍ଦ୍ର ନାୟକ,ଚାନ୍ଦବାଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞିବ ମହାପାତ୍ର,ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସାଧାରଣ ପରିଚାଳକ ବବିତା ମଞରୀ ନାୟକ,ଧାମରା ମତ୍ସ୍ୟପୋତଶ୍ରୟର ପରିଚାଳକ ସୌମ୍ୟପ୍ରକାଶ ସେଠୀ,ଦୋସିଙ୍ଗା ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ସୁକୁମାର ଜେନା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସାଇ ଶ୍ରୀ ଲୋକନାଥ ପ୍ରସାଦ ସେଠୀ, ରିଲାଏନ୍ସ ଫାଉଣ୍ଡେସନର ଭରତ ନାୟକ, ନାରାୟଣ ମହତା,ଶ୍ରୀକୃଷ୍ଣ ବାରିକ, ସୁଶାନ୍ତ ଗିରି, ହୃଶିକେଶ ଦାସ, ସାଧନ ବେରା, ମଂଟୁ ମାଳି, ବୁଲବୁଲ ବାଗ, ନରେନ୍ଦ୍ର ନାୟକ, ସୁରେନ୍ଦ୍ର ଜେନା, କୃଷ୍ଣପଦ ଗିରି, ଶଙ୍କର ରାଉତ ଙ୍କ ସମେତ ସ୍ୱୟଂ ସହାୟିକ ଗୋଷ୍ଠୀର ମହିଳା, ଅଙ୍ଗନବାଡି କେନ୍ଦ୍ର ର ସମସ୍ତ ଶିକ୍ଷୟତ୍ରୀ ଏବଂ ସହାୟିକା ମାନେ ଉପସ୍ଥିତ ରହି ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
SOURCE: ODIA PUA







