Source :- ODIA PUA

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୁହାଯାଏ ବାପା ଶବ୍ଦ ର ଅର୍ଥ ବାୟୁ ଓ ପାଣି ଓ ମା ର ଅର୍ଥ ମାଟି ରୁ ଆକାଶ । ମାତ୍ର ଆଜିର ଆଧୁନିକ ଯୁଗରେ ନିଜ ଜନ୍ମିତ ପିଲା ମାନଙ୍କ ପାଇଁ ବାପା ମା ସାଜିଛନ୍ତି ବୋଝ ।ଏକଥା ଆଜ୍ଞା ଆମେ କହୁ ନାହୁଁ ନିଜ ଜନ୍ମିତ ପୁଅ ଝିଅ ମାନେ କିପରି ନିଜର ସ୍ୱାର୍ଥ ପାଇଁ ପରିଣତ ବୟସରେ ଥିବା ବାପା ମା ଙ୍କୁ ଭୂଲିଯାଉଛନ୍ତି ତାହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍ ପଢୁଆ ଗ୍ରାମ ପଂଚାୟତରେ। ଦିନେ ଧୋରେ ରେ ବାୟା ଧୋ ଗୀତ ବୋଲି ପିଲା ମାନଙ୍କୁ ବଡ ମଣିଷ କରିବାର ର ସ୍ୱପ୍ନ ଦେଖିଥିବା ୬୩ ବର୍ଷର ଭିନ୍ନକ୍ଷମ ପିତା ଅଭୟ କୁମାର ସାହୁ ଓ ମା ଶାନ୍ତିଲତା କିପରି ପରିଣତ ବୟସରେ ନିଜ ବିବାହିତା କନ୍ୟା ମମତାଞ୍ଜଳି ସାହୁ ଓରଫ ହାତି, ପୁତ୍ର ଅରବିନ୍ଦ (୩୦) ଓ ସାନଝିଅ ଦୀପାଞ୍ଜଳି (୨୪) ଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇ ଏବେ ବାରଘର ଶୁଣ୍ଢିପିଣ୍ଡା ହେଉଛନ୍ତି, ତାହାର ବିକଳ ଦୃଶ୍ୟ ଯାହାକି ସଭ୍ୟ ସମାଜ ପାଇଁ ଏକ ଚେତାବନୀ । ଭିନ୍ନକ୍ଷମ ଅଭୟଙ୍କ ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ସେ ତାଙ୍କ ବଡଝିଅ ମମତାଞ୍ଜଳିଙ୍କୁ ଭୁବନେଶ୍ୱରରେ ବିବାହ ଦେଇଥିବାବେଳେ ଜ୍ୱାଇଁ ବାଙ୍ଗାଲୋରରେ ଏକ ସଫ୍ଟଓୟାର ଇଂଜିନିୟର ଭାବେ କାର୍ଯ୍ୟ କରନ୍ତି। ଅଭୟ ଜଣେ ଭିନ୍ନକ୍ଷମ ଥାଇ ପରିବାର ପ୍ରତିପୋଷଣ କରିଆସୁଥିବାବେଳେ ବଡଝିଅ ତାଙ୍କୁ ବାରମ୍ବାର ୫ ଲକ୍ଷ ଟଙ୍କା ଓ ସୁନାଅଳଙ୍କାର ଦେବା ପାଇଁ ତାଗିଦ କରିଆସୁଛି। ଅଭୟଙ୍କ ପୁଅ ଓ ସାନ ଝିଅ ଦୁଇଜଣ ଯାକ ବାଙ୍ଗାଲୋରରେ ରହି କାର୍ଯ୍ୟ କରିଆସୁଥିବାବେଳେ ସମସ୍ତେ ଏକଜୁଟ ହୋଇ ଆମ ଉଭୟ ପିତାମାତାଙ୍କୁ ମାଡ ମାରି ଘରୁ ବାହାର କରି ଚାବି ଦେଇଥିଲେ। ଆମେ କିଛିଦିନ ବାହାରେ ମାଗିଯାଚି ଖାଇବା ପରେ ସ୍ଥାନୀୟ ୱାର୍ଡମେମ୍ବର ମହେଶ୍ୱର ବେହେରାଙ୍କୁ ଜଣାଇବା ପରେ ସେ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଘରେ ତାଲା ଭାଂଗି ରହିବାର ବନ୍ଦୋବସ୍ତ କରାଇଥିଲେ। କିନ୍ତୁ ଏବେ ମୋର ଦୁଇକନ୍ୟା ପୁତ୍ର ଆମ୍ଭଙ୍କୁ ଘର ନଛାଡିଲେ ଜୀବନରୁ ମାରିଦେବାର ଧମକ ଦେଉଛନ୍ତି। ଏପରିକି ପାଇଖାନା ପାଣି ବନ୍ଦ କରିବା ସହ ରୋଷେଇ କରି ଖାଉଥିବା ଜାଗାରେ ବିଭିନ୍ନ ଅପରିଷ୍କାର ଆବର୍ଜନା ଆଣି ପକାଇ ଦେଉଛନ୍ତି। ଏବଂ ଆମେ ଯଥାଶୀଘ୍ର ଘରୁ ନଗଲେ ପେଟ୍ରୋଲ ଢାଳି ହତ୍ୟା କରିବାର ଧମକ ଦେଉଛନ୍ତି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏସ୍‌ପିଙ୍କ ଜରିଆରେ ଘଟଣାର କାର୍ଯ୍ୟାନୁଷ୍ଠାନ ପାଇଁ ପତ୍ର ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆମେ କୌଣସି ନ୍ୟାୟ ପାଇପାରୁନାହୁଁ। ଏଣୁ ଏ ଦିଗରେ ସେମାନଙ୍କୁ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ଦେବା ସହ ଘରେ ସୁରକ୍ଷିତ ଭାବେ ରହିବାକୁ ଆକୁଳ ନିବେଦନ କରିଛନ୍ତି ବୃଦ୍ଧ ଅଭୟ। ଏହିଭଳି ଏକ ଖବର ପରିବେଷଣ ବେଳେ ଗଣମାଧ୍ୟମ ର ପ୍ରତନିଧି ହିସାବ ରେ ଆମେ ମଧ୍ୟ ହତବାକ୍ ହେବାକୁ ପଡିଛି। ଯେଉଁ ବାସ୍ତବ ଘଟଣା ଆଲୋଚନା କଲେ ହୁଏତ ପାଠକବନ୍ଧୁ ବାପା ମା ଓ ସନ୍ତାନ, ସନ୍ତତି ଙ୍କ ମଧ୍ୟରେ ଥିବା ନିବିଡ ସମ୍ପର୍କ କଳୁଷିତ ହୋଇପାରେ । ସେଥିପାଇଁ ମମତାର ବନ୍ଧନକୁ ଆମେ ଅତୁଟ ରଖିବା ପାଇଁ କୈଣସି ମତାମତ ଦେବା ଅପେକ୍ଷା ଏ ଘଟଣା ସଂପର୍କରେ ପୀଡ଼ିତ ବାପା ମା’ ସ୍ଥାନୀୟ ବାସୁଦେବପୁର ଥାନା ଠାରୁ ଆରମ୍ଭ କରି ଏସପି ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ କରିଥିବା ଅଭିଯୋଗରୁ ଜଣାପଡିଛି। ଏ ବାବଦରେ ଜନ୍ମିତ ବିବାହିତ ବଡ ଝିଅ ଓ ଅବିବାହିତ କନ୍ୟା ଓ ପୁତ୍ରଙ୍କ ମତାମତ ଜାଣିବା ପାଇଁ ଚାହିଁଥିବା ବେଳେ ସେମାନେ ଥିଲେ ନିର୍ବିକାର ।ଏବେ ପ୍ରଶ୍ନ ନିଜ ଘରେ ଅଲୋଡ଼ା ହୋଇଗଲେ କି ପରିଣତ ବୟସରେ ପହଂଚ ଥିବା ପିତାମାତା ।

SOURCE: ODIA PUA