Source :- ODIA PUA

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବାଲି ପୋଖରୀ ସ୍ଥିତ ପ୍ରକୃତି ବନ୍ଧୁ ସ୍ୱର୍ଗତ ବାବାଜୀ ଚରଣ ଲେଙ୍କା ସ୍ମୃତି ଉଦ୍ୟାନ ଠାରେ ଗତକାଲି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି।ଗ୍ରୀନ ଓଡିଶା ବନ ବିଭାଗ ପକ୍ଷରୁ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଗ୍ରୀନ ଓଡିଶା ଓ ସବୁଜ ବାହିନୀ ସମ୍ପାଦକ ବିରଂଚି ନାରାୟଣ ଲେଙ୍କା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସଞ୍ଜୀବ ପରିଡା, ସମ୍ମାନିତ ଅତିଥି ଭାବେ ଧାମନଗର ବନ୍ୟାଂଚଳ ଅଧିକାରୀ ବବୁଲ ମଲ୍ଲିକ, ଗ୍ରୀନ ଓଡିଶା ପ୍ରତିଷ୍ଠାତା ଡଃ ସୁଧିର ଚନ୍ଦ୍ର ଜେନା, ଉପସଭାପତି ଶ୍ରୀଧର ସ୍ୱାଇଁ ,ବନ ଅଧିକାରୀ କୃଷ୍ଣ ଚନ୍ଦ୍ର ବାସ୍କେ, ପ୍ରଦୀପ କୁମାର ନାୟକ, ମଧୁସ୍ମିତା ଦାସ, ନିକିତା ସିନା, ଲକ୍ଷ୍ମୀ ହେମ୍ରମ, ପ୍ରିୟଙ୍କା ଦାସ, କୁଞ୍ଜ ଲତା ସାହୁ ପ୍ରମୁଖ ଯୋଗଦେଇ ବିଶ୍ୱ ପରିବେଶ ଦିବସ ପାଳନ ସମ୍ପର୍କରେ ମତ ଦେଇଥିଲେ। ସାଂପ୍ରତିକ ପରିସ୍ଥିତିରେ ସମସ୍ତ ଜନସାଧାରଣ ବୃକ୍ଷ ରୋପଣ କରିବା ପାଇଁ ଅତିଥି ମାନେ ଆହ୍ୱାନ କରିଥିଲେ। ଏହି ଉପଲକ୍ଷେ ପଂଚାୟତ ମହିଳା ସଂଘ ସଦସ୍ୟା ଓ ସ୍ଥାନୀୟ ଜନସାଧାରଣ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହାଛଡା ସ୍ମୃତି ଉଦ୍ୟାନରେ ନିମନ୍ତ୍ରିତ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ସ୍ୱୁଜ ବାହିନୀ ଓ ଗ୍ରୀନ ଓଡିଶା ସଦସ୍ୟ ମାନେ ପରିଚାଳନା କରିଥିଲେ।

SOURCE: ODIA PUA