Source :- ODIA PUA

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ୟାପକ ଗଛ କଟା ଓ ଦ୍ରୁତ ଶିଳ୍ପାୟନ ଯୋଗୁଁ ଏବେ ପରିବେଶ ପ୍ରଦୂଷଣ ଜନିତ ସମସ୍ୟା ବଢ଼ିବାରେ ଲାଗିଛି। ଫଳରେ ଜୀବ ଜଗତକୁ ଏହା ଅସ୍ତବେସ୍ତ କରି ପକାଉଛି. ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତି ବର୍ଷ ସଂକଳ୍ପ ବଦ୍ଧ ହୋଇ ବୃକ୍ଷ ରୋପଣ କରି ପୁଣି ଥରେ ସବୁଜ ବନାନୀ ସୃଷ୍ଟି କରନ୍ତୁ ବୋଲି ବିଶ୍ୱ ପରିବେଶ ଦିବସ ପାଳନ ସମାରୋହ ରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଏହି ଆହ୍ୱାନ ଦେଇଛନ୍ତି। ଏହି ଉପଲକ୍ଷେ ଗରଦପୁର ସ୍ଥିତ ଐତିହାସିକ ଗାନ୍ଧୀ ଓଡିଶା ବାଳାଶ୍ରମ ପରିସରରେ ଭାରତ ସରକାର ଙ୍କ ମାଇଁ ଭାରତ ସହଯୋଗ ରେ ଶୁଭମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ସମାରୋହ ର ଆୟୋଜନ କରାଯାଇଥିଲା। ଶୁଭମ ର ସଭାପତି ହୃଷିକେଶ ବାରିକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମାରୋହ ରେ ମୂଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ମୂଖ୍ୟ ବକ୍ତା ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧକ୍ଷ ସୁବ୍ରତ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ଅଧିକାରୀ ଫାରୁଦ ମହମ୍ମଦ, ଗାନ୍ଧୀ ଓଡିଶା ବାଳାଶ୍ରମ ର ସମ୍ପାଦକ ସମାଜସେବୀ ଅଶୋକ କୁମାର ଦାସ, ସାମାଜିକ କର୍ମୀ ସୁଧାକର ରାଉତ ପ୍ରମୁଖ ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ବିଶ୍ୱ ପରିବେଶ ଦିବସ ପାଳନ ର ଆଭିମୁଖ୍ୟ ବିଷୟ ରେ କହିବା ସହିତ ସବୁଜ ବନାନୀ ପାଇଁ ପ୍ରତେକ ବେକ୍ତି ବୃକ୍ଷ ରୋପଣ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପରିବେଶ ସମ୍ପର୍କିତ କୁଇଜ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇ ଥିବା ଛାତ୍ର ନାରାୟଣ ହୋ, ରାଜା ମଲ୍ଲିକ, ସୁନୀଲ ମାଝୀ ଙ୍କୁ ସଂଗଠନ ପକ୍ଷରୁ ମେମୋଂଟ ସାର୍ଟିଫିକେଟ ଓ ପୁଷ୍ପ ଗୁଚ୍ଛ ଦେଇ ପୁରସ୍କୃତ କରାଯାଇଥିଲା। ଶେଷରେ ଆଶ୍ରମ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ମାନେ ଗୋଟିଏ ଗୋଟିଏ ଗଛ ଲଗାଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ରେ ସାମ୍ବାଦିକ ନରେନ୍ଦ୍ର କୁମାର ସାମଲ ଅତିଥି ମାନଙ୍କ ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ସଂଗଠନ ର ଉପ ସଭାପତି ଆନନ୍ଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଦିବସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ କୁ ସଂଗଠନ ସଦସ୍ୟ ଦେବୀ କିଙ୍କର ବ୍ରହ୍ମଦାସ ପାଣିଗ୍ରାହୀ, ଦେବେନ୍ଦ୍ର ଭଞ୍ଜ, ରମାକାନ୍ତ ଭଞ୍ଜ, ଲିପୁନ ପତି, ଗଙ୍ଗାଧର ଦାସ ପ୍ରମୁଖ ଙ୍କ ସହିତ ଗାନ୍ଧୀ ବାଳାଶ୍ରମ ସବୁ କର୍ମଚାରୀ ମାନେ ପରିଚାଳନା କରିଥିଲେ।

SOURCE: ODIA PUA