Home national news oriya ରାମେଶ୍ୱର ସାହିତ୍ୟ ସଂସଦର କବିତା ପାଠୋତ୍ସବ

ରାମେଶ୍ୱର ସାହିତ୍ୟ ସଂସଦର କବିତା ପାଠୋତ୍ସବ

2
0

Source :- ODIA PUA

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ରାନ୍ଦିଆହାଟ ସନ୍ତୋଷ ଭବନରେ ରାମେଶ୍ୱର ସାହିତ୍ୟ ସଂସଦର ମୌସୁମୀ ଅଧିବେଶନ ଓ କବିତା ପାଠୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଦୁଃଶାସନ ଗାହାଣ ସଭାକୁ ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥି ସପନ କୁମାର ଚାଟ୍ଟାର୍ଜୀ ତାଙ୍କ ବକ୍ତବ୍ୟରେ ସାଇ ସତ୍ ଚରିତ ସଂପୂର୍ଣ୍ଣ ଗାଥା, ଔପନାସିକ କାହ୍ନୁଚରଣଙ୍କ ଶାସ୍ତି ଉପନ୍ୟାସର ସମସ୍ତ ଚରିତ୍ରର ବ୍ୟାଖା ସହ ବଙ୍ଗଳା କବିତାର ଅଲୋଚନା କରିଥିଲେ । ବରେଣ୍ୟ ଅତିଥି ଭାବେ ଅଧ୍ୟକ୍ଷ ସୁରଞ୍ଜନ ପଣ୍ଡା ବୌଦ୍ଧିକ ଭ୍ରଷ୍ଟାଚାରର କାରଣ ଓ ନିରାକରଣ ସମ୍ବନ୍ଧୀୟ ବକ୍ତବ୍ୟ ସହ ପିତୃ ଦିବସ ଓ ଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରାରମ୍ଭରେ ସମ୍ପାଦକ ମୋହିନୀ ମୋହନ ମହାପାତ୍ର ବିବରଣୀ ପାଠ ସହ ୨୫-୨୬ ଆର୍ଥିକ ବର୍ଷର ଆୟ ଓ ବ୍ୟୟର ହିସାବ ଉପସ୍ଥାପନ କରିଥିବା ବେଳେ ଗୋପଳ ଚରଣ ମୁଖୀ ଆବାହନୀ ସଙ୍ଗୀତ ଗାନ କରିଥିଲେ । ସଂସଦର ସହ ସମ୍ପାଦକ ପ୍ରାଣବନ୍ଧୁ ବିଶ୍ୱାଳଙ୍କ ସଂଯୋଜନାରେ ଅଧିବକ୍ତା ମନୋରଞ୍ଜନ ଦାସ, ରମାକାନ୍ତ ଗାହାଣ, ରାଜେନ୍ଦ୍ର ମହାପାତ୍ର, ଗୋକୁଳା ନନ୍ଦ ରାଉତ, ମୋନାଲିସା ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ ସହ ସେଗୁଡିକର ସମୀକ୍ଷା କରାଯାଇଥିଲା । ଡ. ରାଇମୋହନ ମହପାତ୍ର, ବିଜୟ ସାହୁ, ଧନୁର୍ଜୟ ସେଠୀ, ସଞ୍ଜୟ କୁମାର ସୂତାର, ଭାଗିରଥୀ ରାଉତ ଓ ସୁଦର୍ଶନ ବାରିକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରକାଶଥାଉକି ରାମେଶ୍ୱର ସାହିତ୍ୟ ସଂସଦ ପକ୍ଷରୁ ପ୍ରତ୍ୟେହ ମାସ ନିୟମିତ ଭାବେ ସାହିତ୍ୟ ଆଲୋଚନା, ପୁସ୍ତକ ଉନ୍ମୋଚନ, ସମୀକ୍ଷା ଆଦି କାର୍ଯ୍ୟକ୍ରମ ନିୟମିତ ଭାବେ କରି ଆସୁଛି ।

SOURCE: ODIA PUA