Home national news oriya ଭଣ୍ଡାରିପୋଖରୀର ବନ୍ୟା ସ୍ଥିତି ପରଖିଲେ ବିଧାୟକ ସଂଜୀବ

ଭଣ୍ଡାରିପୋଖରୀର ବନ୍ୟା ସ୍ଥିତି ପରଖିଲେ ବିଧାୟକ ସଂଜୀବ

2
0

Source :- ODIA PUA

ଭଦ୍ରକ, ୩୧ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ତୁହାକୁ ତୁହା ବର୍ଷା ଜନିତ ବନ୍ୟାରେ ବୈତରଣୀର ଜଳସ୍ତର ଯଦିଓ ବିପଦ ସଂକେତ ତଳେ ପ୍ରବାହିତ ହେଉଛି, ତେବେ ବନ୍ୟା ଜଳ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅଂଚଳକୁ ଜଳବନ୍ଦୀ ଅବସ୍ଥାରେ ରଖିଛି। ଏଭଳି ଅବସ୍ଥାରେ ଷୋଳମପୁର ଗ୍ରାମ ପଂଚାୟତର ମୁଢାପଦା ଠାରୁ ବରାହ ନୂଆପଡ଼ା ପୋଲ ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କୁ ନେଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବୈତରଣୀ ନଦୀର ଜଳ ବିପଦ ସଂଙ୍କେତର ସାମାନ୍ୟ ତଳେ ପ୍ରବାହିତ ହେଉଛି। ଫଳରେ ବନ୍ୟା ଜଳ ନଦୀ ନିକଟବର୍ତୀ ଗ୍ରାମବାସୀମାନେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେଣୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି ବିଧାୟକ ଶ୍ରୀ ମଲ୍ଲିକ। ସେହିଭଳି କୁରିଗାଁରେ ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କ ନିକଟରେ ବିଧାୟକ ଶ୍ରୀ ମଲ୍ଲିକ ପହଂଚି କୌଣସି ସରକାରୀ ସହାୟତା ପହଂଚିନଥିବାରୁ ତାଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଅଂଚଳର ନେତୃମଣ୍ଡଳୀ ଶୁଖିଲା ଖାଦ୍ୟ ପଦାର୍ଥ ବାଂଟିଛନ୍ତି। ବନ୍ୟା ଜଳ ପ୍ରବାହିତ ଯୋଗୁଁ ହେକ୍ଟର ହେକ୍ଟର ଚାଷଜମି ଏବେ ନଷ୍ଟ ହେବାକୁ ବସିଛି। ତେଣୁ ତାହାର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ରିପୋର୍ଟ ଦେବାକୁ ତହସିଲଦାରଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ ଶ୍ରୀ ମଲ୍ଲିକ ତହସିଲଦାରଙ୍କ ସହିତ ଆଲୋଚନା କାଳରେ ଚାଷ ଜମି ଏବେ ଜଳବନ୍ଦୀ ଥିବା ଯୋଗୁଁ ଧାନ ତଳିର କ୍ଷୟକ୍ଷତି ଆକଳନ କରିବା ସହିତ ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଥିବା କଚ୍ଚା ଘର ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ଦେବାକୁ କହିଛନ୍ତି। ଏବଂ ଜଳବନ୍ଦୀ ସ୍ଥିତି ସୁଧୁରିବା ପରେ ସାଧାରଣ ଜନତାଙ୍କ ସମସ୍ୟା ତୁରନ୍ତ ସମାଧାନ ଓ ସରକାରୀ ସହାୟତା ଯୋଗାଇ ଦେବାକୁ କହିଛନ୍ତି। ଏବଂ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ସେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରି ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକତା ଅନୁଯାୟୀ ଔଷଧ (ଓ.ଆରଏସ୍‌) ମହଜୁଦ୍ ରଖିବା ପାଇଁ କହିଥିଲେ।

SOURCE: ODIA PUA