Home national news oriya ହୃଦ୍‌ଘାତରେ ଶିକ୍ଷକଙ୍କ ପରଲୋକ

ହୃଦ୍‌ଘାତରେ ଶିକ୍ଷକଙ୍କ ପରଲୋକ

4
0

Source :- ODIA PUA

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ନିକଟସ୍ଥ ମହାନ୍ତିପଡା ଗ୍ରାମ ତଥା ଖଇରା ବ୍ଲକ ବେଗୁନିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁକେଶ ସାହୁ(୪୦)ଙ୍କ ହୃଦଘାତରେ ପରଲୋକ ଘଟିଛି । ସେ ମଙ୍ଗଳବାର ସ୍କୁଲ୍ ଯାଇଥିବା ବେଳେ ଅସୁସ୍ଥ ଅନୁଭବ କରିବାରୁ ଘରକୁ ଫେରିଥିଲେ । ସନ୍ଧ୍ୟାରେ ତାଙ୍କୁ ଆଗରପଡା, ଭଦ୍ରକ ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ଆଜି ଭୋର ସମୟରେ ସେ ମୃତ୍ୟୁବରଣ କରିଥିଲେ । ରାତ୍ରରେ ସ୍ଥାନୀୟ କୁଆଁସମଢିଆ ଛକ ଠାରୁ ଏକ ଶୋଭାଯାତ୍ରାରେ ମର ଶରୀରକୁ ଅଣାଯାଇ ଦାହ କରାଯାଇଥିଲା । ମୁକେଶ ଜଣେ ମେଳାପୀ ଓ ସର୍ବଦା ପାଠ ପଢାକୁ ଗୁରୁତ୍ୱ ଦେଉଥିବା ଛାତ୍ରବତ୍ସଳ ଶିକ୍ଷକ ଥିବା ବେଳେ ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି ।

SOURCE: ODIA PUA