Home national news oriya ମୁଫ୍‌ତୀ-ଏ-ଆଜମ୍ ଓଡ଼ିଶାଙ୍କର ୩୨ ତମ ବାର୍ଷିକ ଉର୍ସ ଉତ୍ସବ

ମୁଫ୍‌ତୀ-ଏ-ଆଜମ୍ ଓଡ଼ିଶାଙ୍କର ୩୨ ତମ ବାର୍ଷିକ ଉର୍ସ ଉତ୍ସବ

4
0

Source :- ODIA PUA

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମୁଫତୀ-ଏ ଆଜମ୍ ଓଡ଼ିଶା ତଥା ଖଲିଫା–ଏ-ମୁଜାହିଦେ ମିଲ୍ଲତ ମୌଲାନା ସୟଦ ମହମ୍ମଦ୍ ଅବଦୁଲ କୁଦୁସ୍ ସାହେବଙ୍କ ୩୨ତମ ବାର୍ଷିକ ଭର୍ସ ଉତ୍ସବ ଦୁଇ ଦିନ ବ୍ୟାପି ଚଳିତ ଅଗଷ୍ଟ ୧୭ ସୋମବାର ଓ ୧୮ ତାରିଖ ମଙ୍ଗଳବାର ଭଦ୍ରକ ସହରର ପୁରୁଣା ବଜ଼ାର ମିର୍ଜାପୁର ସ୍ଥିତ ଖାନ୍‌କାହେ ହବିବିୟା କୁଘୁସିୟାରେ ଶେରେ ଅହେଲେ ସୁନ୍ନତ ମୁଫତି ସୈୟଦ୍ ଆଲେ ରସୁଲ ହବିବୀଙ୍କ ସଭାପତିତ୍ୱରେ ଓ ମୌଲାନା ସୈୟଦ ଅରଫେ ରସୁଲ ଅଜହରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେବ । ଉକ୍ତ ଦୁଇ ଦିନ ବ୍ୟାପି ଧାର୍ମିକ କାର୍ଯ୍ୟକ୍ରମରେ ଦେଶ ଓ ବିଦେଶରୁ ପ୍ରଖ୍ୟାତ ସୁନ୍ନି ଓଲମା (ଇସ୍‌ଲାମିକ୍ ଧର୍ମଗୁରୁ) ଓ ପ୍ରତିଷ୍ଠିତ ଉର୍ଦୁ କବିମାନେ ଯୋଗଦାନ କରିବେ । ଅର୍ଥାତ୍ ୧୭ ଅଗଷ୍ଟ ସୋମବାର ଦିନ ଅଲହାଜ୍ ସୈୟଦ୍ ଖାଦିମ୍ ରସୁଲ ଅଏନିଙ୍କ ସଭାପତିତ୍ୱରେ ମୁଶାଏରା (କବି ସମ୍ମିଳନୀ) ଅନୁଷ୍ଠିତ ହେବ ଯେଉଁଥିରେ ବିଶେଷ କରି ଶାଏର (କବି) ସମ୍ବିର ବରକାତୀ, ଇମରାନ ରଜା ବରକାତୀ, ସଲମାନ ରଜା ଅଶରଫି ଓ ମହମ୍ମଦ୍ ଅମିର ହମଜା ଯୋଗ ଦେବେ ଏବଂ ୧୮ ଅଗଷ୍ଟ ମଙ୍ଗଳବାର ଦିନ ଧର୍ମସଭାରେ ବିଶେଷ କରି ମୌଲାନା ସୈୟଦ ଅମିନୁଲ କାଦରୀ, ମୁଫତୀ ମୋତିଉର ରହେମାନ, ମୁଫତି ଅବଦୁଲ ମନ୍ମାନ୍ କଲିମୀ, ମୌଲାନା ଅବଦୁଲ କାଦୀର ଅଲୱି, ଅନୱାର ଅହେମଦ୍ ବୋଗଦାଦୀ, ମହମ୍ମଦ୍ ଉମର ନୁରାନୀ ଓ ମୁଫତୀ ଶାହନୱାଜ ମିସବାହୀ ଯୋଗଦାନ କରିବେ । ଏଣୁ ଉକ୍ତ ଦୁଇ ଦିନ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗଦାନ ନିମନ୍ତେ ଭର୍ସ କମିଟିର ସଭାପତି ଅଲହାଜ ଡା. ସୟଦ ଅତା ମୋହିଉଦ୍ଦିନ୍ ହବିବୀ, ସମ୍ପାଦକ ହାଫିଜ୍ ମୋରାଦ୍ ଅଲ୍ଲୀ ଖାନ୍ ହବିବୀ ଓ ସ?ହ ସମ୍ପାଦକ ସୈୟଦ୍ ଶରଫେ ରସୁଲ୍ କୁଦୁସି ନିବେଦନ କରିଛନ୍ତି ।

SOURCE: ODIA PUA