Home national news oriya ରିଟେଲର ତପନ ବେହେରାଙ୍କ ପରଲୋକ

ରିଟେଲର ତପନ ବେହେରାଙ୍କ ପରଲୋକ

4
0

Source :- ODIA PUA

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ବାହାବଳପୁର ପଂଚାୟତର ରିଟେଲର ତପନ କୁମାର ବେହେରାଙ୍କ ବୁଧବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ମଙ୍ଗଳବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ଡାକ୍ତର ଖାନାକୁ ନିଆଯାଇଥିଲା।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।ସେ ଦୀର୍ଘଦିନ ହେବ ପଂଚାୟତରେ ରିଟେଲର ଭାବେ ନିଯୁକ୍ତ ହୋଇ ସୁଚାରୁ ରୁପେ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଯୋଗାଇଦେଉଥିଲେ। ସେ ଜଣେ ଶାନ୍ତ, ସରଳ,ଅମାୟୀକ ବ୍ୟକ୍ତି ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ।ସ୍ୱର୍ଗତ ବେହେରା ପୂର୍ବତନ ସରପଂଚ ବିପିନ ବେହେରାଙ୍କ ଭାଇ ଅଟନ୍ତି।ତାଙ୍କ ମୃତ୍ୟୁରେ ପଂଚାୟତରେ ଶୋକର ଛାୟା ଖେଳିଯାଇଛି। ରିଟେଲର ବେହେରାଙ୍କ ମୃତ୍ୟୁରେ ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ,ପୂର୍ବତନ ସମିତି ସଭ୍ୟ ସଂଗ୍ରାମ ଦାସ,ବ୍ଲକ ରିଟେଲର ସଂଘର ସଭାପତି ରବିନ୍ଦ୍ର ମହାକୁଳ,ସମ୍ପାଦକ କୈଳାଶ ବେହେରା,ଜିତେନ୍ଦ୍ର ବେହେରା,ଗୟାଧର ବାରିକ,ଚକ୍ରଧର ଲେଙ୍କା,ପୂର୍ଣ୍ଣ ଚନ୍ଦ୍ର ଓଝା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ଖବର ପାଇ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ,ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ନାୟକ,ଜିଲ୍ଲା ବିଜେଡି ଉପସଭାପତି ପ୍ରବୀର ନାୟକ,ଜିଲ୍ଲା ପରିଷଦ ପ୍ରତିନିଧି ଉମାକାନ୍ତ ଦାସ,ସରପଂଚ ଲାଷ୍ମୀପ୍ରିୟା ସାମଲ,ସମିତିସଭ୍ୟ ପ୍ରିୟବନ୍ଧୁ ମାଝୀ, ପଂଚାୟତ ବିଜେଡି ସଭାପତି ଅଜୟ ଦାଶ,ସମିତିସଭ୍ୟ ଜୀବନ ଜ୍ୟୋତି ପଲେଇ,ପୂର୍ବତନ ସମିତିସଭ୍ୟ ସୁଦାମ ଦାସ, ଶିକ୍ଷାବିତ ସୁରେନ୍ଦ୍ର ନାୟକ,ଲଷ୍ମୀଧର ମାଝୀ, ମୀନକେତନ ପଲେଇ, ବେଣୁଧର ଦାସ,ନନ୍ଦକିଶୋର ବାରିକ,କୁଳମଣି ନାୟକ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପରିବାର ବର୍ଗ ଓ ଆତ୍ମୀୟସୋଜନ ଉପସ୍ଥିତ ଥିବାବେଳେ ବଡ଼ପୁଅ ମନୋରଞ୍ଜନ ବେହେରା ମୁଖାଗ୍ନି ଦେଇଥିଲେ।

SOURCE: ODIA PUA