Home national news oriya ବନ୍ୟା କ୍ଷତିଗ୍ରସ୍ତ ଆର୍ôଥକ ସହାୟତା ପାଇଁ ଚାଷୀଙ୍କଠୁ ଆବେଦନ ଗ୍ରହଣ,ଧାମନଗର ବ୍ଲକର ବାଦ ପଡ଼ିଲା ୫...

ବନ୍ୟା କ୍ଷତିଗ୍ରସ୍ତ ଆର୍ôଥକ ସହାୟତା ପାଇଁ ଚାଷୀଙ୍କଠୁ ଆବେଦନ ଗ୍ରହଣ,ଧାମନଗର ବ୍ଲକର ବାଦ ପଡ଼ିଲା ୫ ଟି ପଂଚାୟତ

4
0

Source :- ODIA PUA

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବୈତରଣୀ ସମେତ ଗେଙ୍ଗୁଟି କୋଚିଳା ରେବ କପାଳି ନାଳିଆ ଆଦି ସମସ୍ତ ନଦୀରେ ଏଥର ଏକାଧିକବାର ବନ୍ୟା ଧାମନଗରକୁ ବିପୁଳ କ୍ଷତି ପହଞ୍ଚାଇ ଛି।ଅନେକ ଲୋକଙ୍କ ବାସ ନଷ୍ଟ ହୋଇଛି।ଗୋଟିଏ ମାସରୁ ଅଧିକ ସମୟ ଧରି ଲଗାତାର ଲଘୁଚାପ ଜନିତ ବର୍ଷାରେ ଉପୁଜିଥିବା ଚାରୋଟି ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି କୃଷି।ଏଥର ବନ୍ୟାରେ ଧାମନଗର ଅଞ୍ଚଳରେ କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇଛି।କୃଷି ବିଭାଗର ରିପୋର୍ଟ ଅନୁଯାୟୀ ଚଳିତ ବନ୍ୟା ଓ ଭାରି ବର୍ଷାରେ ମୋଟ ୬୩୫୯ ହେକ୍ଟର ଜମିରେ ଧାନ ଏବଂ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି।ନଦୀନାଳ ଘେରା ଧାମନଗର ଅଂଚଳର ଅଧିକାଂଶ ଲୋକେ କୃଷି ଉପରେ ନିର୍ଭର କରିଥାନ୍ତି। ଖରିଫ ଧାନ ଚାଷ, ପନିପରିବା ଠୁ ନେଇ କୁକୁଡ଼ା , ଛତୁ ଚାଷ ଛେଳି ଓ ଗୋପାଳନ ଆଦି କରି ନିଜର ପରିବାର ପ୍ରତିପୋଷଣ କରିଥାଆନ୍ତି। ବନ୍ୟାରେ ଏହି ସବୁ ଚାଷ ବ୍ୟାପକ କ୍ଷତି ହେବା ଦ୍ୱାରା ଚାଷୀଙ୍କ ଆର୍ôଥକ ମେରୁଦଣ୍ଡ ଭୁଷୁଡି ପଡ଼ିଛି।କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ,ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ,ପଂଚାୟତ ରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ସମେତ ବହୁ ବିଧାୟକ ଓ ଏମ ପି ଏବଂ ଉଚ୍ଚ ପଦସ୍ଥ ଅଧିକାରୀ ଧାମନଗର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ । ଏହା ପରେ କୃଷକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତ ଅଗଷ୍ଟ ୮ ତାରିଖରେ ୧୦ ସୁତ୍ରୀ ପ୍ୟାକେଜ ଘୋଷଣା କରିଥିଲେ। ପ୍ରାରମ୍ଭିକ ଆକଳନ ଅନୁଯାୟୀ ୧ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ରାଶି ଘୋଷଣା କରିଥିଲେ। ୩୩ % କିମ୍ବା ଏହାଠାରୁ ଅଧିକ ଫସଲ କ୍ଷତି ହୋଇଥିବା ଧାନ କିମ୍ବା ଅଣଧାନ ଚାଷ ପାଇଁ ଆର୍ôଥକ ସହାୟତା ଯୋଗାଇ ଦେବା ସହ ବିହନ ଯୋଗାଇ ଦିଆଯିବ।ଏଥିସହ ଅଣଜଳସେଚିତ ଚାଷ ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା ଓ ଜଳ ସେଚିତ ଚାଷ ଜମି ପାଇଁ ହେକ୍ଟର ପିଛା ୧୭୦୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨୫୦୦ ଟଙ୍କା ଆର୍ôଥକ ସହାୟତା ଯୋଗାଇ ଦିଆଯିବାକୁ ଘୋଷଣା ହୋଇଛି।ଧାମନଗର ବ୍ଲକ କୃଷି ବିଭାଗର ପ୍ରସ୍ତୁତ ରିପୋର୍ଟରେ ୩୦ ପଞ୍ଚାୟତ ଓ ଦୁଇଟି ଏନ୍‌ଏସି ଅଂଚଳରେ ଚଳିତ ବର୍ଷ ୧୪ ହଜାର ୬ ଶହ ୩୭ ହେକ୍ଟର ଚାଷ ଜମିରେ ଖରିଫ ଧାନ ,ଆଖୁ , ଝୋଟ , ସୋରିଷ , ମକା , ଆଦି ବିଭିନ୍ନ ଚାଷ ହୋଇଥିଲା । ପ୍ରଥମ ବନ୍ୟା ପରେ ୧୨ ଶହ ୨୦ ହେକ୍ଟର ଖରିଫ ଧାନ ଚାଷ ତଳି ନଷ୍ଟ ହୋଇଥିଲା। ସେହିପରି ବ୍ଲକ ଉଦ୍ୟାନ ବିଭାଗ ତଥ୍ୟ ଅନୁଯାୟୀ ୧୨୦ ହେକ୍ଟର ଚାଷ ଜମିରେ ବିଭିନ୍ନ ପ୍ରକାର ପନିପରିବା ଚାଷ ହେଇଥିବା ବେଳେ ୯୫ ହେକ୍ଟର ଚାଷ ଜମିରେ ହୋଇଥିବା ପନିପରିବା ନଷ୍ଟ ହୋଇଛି ।ପ୍ରସ୍ତୁତ ରିପୋର୍ଟରେ କ୍ଷୟକ୍ଷତି ତାଲିକାରୁ ଧାମନଗର ବ୍ଲକର ଭଗବାନପୁର ,ଚୂଡ଼ାକୁଟି , ଦଇପୁର ଗୋବିନ୍ଦପୁର ଓ କଲ୍ୟାଣୀ ପଂଚାୟତ ଛାଡି ଅନ୍ୟ ସବୁ ପଂଚାୟତକୁ ଚାଷୀଙ୍କୁ ଆର୍ôଥକ ସହାୟତା ଯୋଗାଇ ଦେବାକୁ ଘୋଷଣା ହୋଇଛି।ଧାମନଗର ବ୍ଲକ କୃଷି ଏବଂ ରାଜସ୍ୱ ବିଭାଗ ଅଧିକାରୀଙ୍କ ମିଳିତ ଯାଞ୍ଚରେ ମୋଟ ୬୩୫୯ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଚାଷୀ ମାନେ ଖ୍ୟାତି ହେଇଥିବା ଜମିର ପ୍ଲଟ ,ଖାତା ନଂ ,ଆଧାର ଓ ବ୍ୟାଙ୍କ ଏକାଉଂଟର ନକଲ ନେଇ କୃଷି ଅଧିକାରକୁ ପ୍ରଦାନ କରିବା ସହ କେଉଁ କେଉଁ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ସେନେଇ ଚାଷୀ ବା ହିତାଧିକାରୀ ନିଜେ ଏକ ଘୋଷଣା ନାମା କୃଷି ଅଧିକାରୀଙ୍କ ନିକଟରେ ଜମା ଦେବେ। ପରେ କେତେ ଚାଷୀ , କେତେ ପରିମାଣରେ ଚାଷ ଜମି ଆବେଦନ କରାଯାଇଛି ଏସମସ୍ତ କାର୍ଯ୍ୟ ସରିବା ସହ କେସ ରେକର୍ଡ ମିଶାଇବା ପରେ ଜଣାପଡି ବୋଲି ବ୍ଲକ କୃଷିଆଧିକାରି ଅନୁରାଧା ପଣ୍ଡା କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବ୍ଲକରେ ଗତ ଏକମାସରୁ ଉର୍ଦ୍ଧ ହେବ ବିଭିନ୍ନ ସମବାୟ ସମିତି ରେ ଖରିଫ ଧାନ ବିକ୍ରୟ ନେଇ ଚାଷୀମାନେ ଅନଲାଇନ ପଞ୍ଜିକରଣ କରୁଛନ୍ତି । ବନ୍ୟା ଜନିତ ଆର୍ôଥକ ସହାୟତା ପାଇବା ନେଇ ଚାଷୀ ପଞ୍ଜିକରଣ କରିଥିବା ଚାଷ ଜମି ପ୍ଲଟକୁ ଦେଇ ଆବେଦନ କରିବ ନା ଅନ୍ୟ କୌଣସି ଚାଷ ଜମି ପ୍ଲଟ ଦେଇ ଆବେଦନ କରିବ ବର୍ତମାନ ଚାହାଇ ଦ୍ୱନ୍ଦରେ ରହୁଛି।କାହିଁକି ନା ଯେଉଁ ଚାଷ ଜମିର ପ୍ଲଟ ଦେଇ ଆର୍ôଥକ ସହାୟତା ଚାଷୀ ପାଇବ ପରେ ଯଦି ଉକ୍ତ ପ୍ଲଟ ରେ ଧାନ ଚାଷ କରି ସମବାୟ ସମିତି କୁ ଧାନ ବିକ୍ରୟ କରିବ ପାରିବ କି ନାହିଁ ସେନେଇ ମଧ୍ୟ ଦ୍ୱନ୍ଦରେ ଚାଷୀ। ଯଦି ବିକ୍ରୟ କରେ ତାହେଲେ ସରକାର ଙ୍କ ରିପୋର୍ଟ ଥିବା ୩୩ % କ୍ଷତି ମୋଟ ଧାନ ବିକ୍ରୟ ରୁ କାଟିବେ ନା ସବୁ ଚାଷୀ ଙ୍କ ଠାରୁ ଧାନ କିଣିବେ । ଯାହାକି ସାଧାରଣରେ ଆଲୋଚନା ହେଉଛି।

SOURCE: ODIA PUA