Home national news oriya ଗୁରୁ ଦିବସରେ କବି ସୁବାସ ମହାନ୍ତିଙ୍କ “ଚାଲ ଆମେ ଯିବା’ କବିତା ସଂକଳ ଲୋକାର୍ପିତ

ଗୁରୁ ଦିବସରେ କବି ସୁବାସ ମହାନ୍ତିଙ୍କ “ଚାଲ ଆମେ ଯିବା’ କବିତା ସଂକଳ ଲୋକାର୍ପିତ

3
0

Source :- ODIA PUA

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କେହ୍ଲବଜାରସ୍ଥିତ ସିଦ୍ଧାର୍ଥ ରିଭେରାଇନ ପବ୍ଲିକ ସ୍କୁଲରେ ଗୁରୁ ଦିବସ ପାଳନ ଅବସରରେ କବି ସୁବାଷ ମହାନ୍ତିଙ୍କ କବିତା ସଂକଳନ “ଚାଲ ଆମେ ଯିବା’ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ଅଧ୍ୟକ୍ଷ ପ୍ରଶାନ୍ତ ବାରିକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କବି ମୁକୁନ୍ଦଦେବ ନାୟକ, ଶିକ୍ଷାବିତ୍ ଦେବେନ୍ଦ୍ର ସାମଲ, ସ୍କୁଲର ପ୍ରଶାସିକା ବନ୍ଦନା ନାୟକ, ଶିକ୍ଷକ ବିଦ୍ୟାଧର ନାୟକ, ତନ୍ମୟ ବେହେରା, ଗୁରୁମା କାଂଚନ ଦାସ, ମାମୁନି ରାଉତ ପ୍ରମୁଖ ଅତିଥିଭାବେ ଯୋଗଦେଇ ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିବା ବେଳେ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। କବି ରବିକୁମାର ମହାନ୍ତି କବିତା ସଙ୍କଳନର ସମୀକ୍ଷା କରିଥିଲେ।ଏହି ସଂକଳନରେ ପ୍ରେମ, ପ୍ରତାରଣା, ଜୀବନବାଦୀ, ସମାଜର ସାମ୍ପ୍ରତିକ ଚିତ୍ର, ଗାଁ ଗଣ୍ଡାର କଥା ଇତ୍ୟାଦି କବିତା ସ୍ଥାନ ପାଇଛି। ଏହା କବି ଶ୍ରୀ ମହାନ୍ତିଙ୍କର ପ୍ରଥମ କବିତା ସଂକଳନ ଅଟେ। ଇତି ପୂର୍ବରୁ ତାଙ୍କର ଏକ ଗଳ୍ପ ପୁସ୍ତକ ବାଜ୍ୟେ ଲୋକ ପ୍ରକାଶ ପାଇଛି। ଏହି ଉତ୍ସବରେ ବିଜୟ ବେହେରା, ସୁବାସ ଦାସ, ଶୀତଳ ବେହେରା ବିଭୁତି ଭୂଷଣ ସେନାପତି ରମାକାନ୍ତ ଦାସ, ଭାସ୍କର ସେଠୀ, କବୟତ୍ରୀ ବିଶ୍ୱମୈତ୍ରୀ ନାୟକ, ସଂଯୁକ୍ତା ଭାରତୀ, ଶାନ୍ତିଲତା ଗିରି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କବି ଓ କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। କବି ଶ୍ରୀ ମହାନ୍ତି ତାଙ୍କ ସଜନୀ ଜୀବନର ଅନୁଭୂତି ଓ ବହି ସମ୍ପର୍କରେ ସୂଚନା ଦେଇଥିଲେ। ଶେଷରେ କବି ଆଶୁତୋଷ କରଣ ଧନ୍ୟବାଦ ଅର୍ପଣ କରିଥିଲେ।

SOURCE: ODIA PUA