Home national news oriya ଆଇ.ଟି.ଆଇ ଚରମ୍ପା ଓ ଅବନ୍ତିକା କଲେଜର ବାର୍ଷିକ ଉତ୍ସବ

ଆଇ.ଟି.ଆଇ ଚରମ୍ପା ଓ ଅବନ୍ତିକା କଲେଜର ବାର୍ଷିକ ଉତ୍ସବ

3
0

Source :- ODIA PUA

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିକ୍ଷା ମଣିଷକୁ ଶୃଙ୍ଖଳିତ କରିଥାଏ, ଜୀବନକ ସ୍ୱାଚ୍ଛନ୍ଦ୍ୟ ଓ ସାବଲୀଳ ଗତିରେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇଥାଏ, ବୁଦ୍ଧିର ବିକାଶକୁ ତୀବ୍ରତର କରିଥାଏ ଏବଂ ସମାଜ ତଥା ଜାତିକୁ ଋଦ୍ଧିମନ୍ତ କରି ଗଢ଼ି ତୋଳିବା ସହ ଦେଶ ଓ ଜାତିକୁ ଏକ ସମ୍ମାନଜନକ ସ୍ଥିତିରେ ପହଂଚାଇଥାଏ । ଶିକ୍ଷା କ୍ଷେତ୍ରରେ ପ୍ରଥମ ହେବା ଅପେକ୍ଷା ଚରିତ୍ର ଗଠନ ଦିଗରେ ଅଧିକ ମନୋନିବେଶ କରି ଭଲ ମଣିଷଟିଏ ହୋଇ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବା ଉଚିତ୍ ବୋଲି ଆଇ.ଟି.ଆଇ ଚରମ୍ପାର ୩୬ ତମ, ଅବନ୍ତିକା ରେସିଡେନ୍‌ସିଆଲ୍ ହାଇୟର ସେକେଣ୍ଡାରୀ ସ୍କୁଲର ୧୬ତମ ଏବଂ ଅବନ୍ତିକା ଡିଗ୍ରୀ କଲେଜର ୯ମ ବାର୍ଷିକ ଉତ୍ସବରେ ବକ୍ତାମାନେ ମତପ୍ରକାଶ କରିଥିଲେ। ସୂତାର କେମିକାଲ୍‌ର ଅଧ୍ୟକ୍ଷ ଇଂ ଅଭୟ ସୂତାରଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅମୃତ ଦର୍ଶନ ପତ୍ରିକାର ସଂପାଦକ ତଥା ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଉତ୍ସବକୁ ଉଦ୍‌ଘାଟନ କରି ଶିକ୍ଷା ଓ ଛାତ୍ରଛାତ୍ରୀମାନଙ୍କର ଜ୍ଞାନ ଆହରଣ ତଥା ଚରିତ୍ର ଗଠନ ନିମନ୍ତେ ବିଭିନ୍ନ ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ଆଗେଇଯିବାର ପଥ ପ୍ରଦର୍ଶନ କରିଥିଲେ। ଅନୁଷ୍ଠାନ ସମୂହର ଚେୟାରମ୍ୟାନ୍ ଇଂ ଅମିତ୍ କୁମାର ମଲ୍ଲିକ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବରିଷ୍ଠ ପ୍ରଶିକ୍ଷକ ଭକ୍ତିପ୍ରିୟ ମିଶ୍ର ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ। ଆଇ.ଟି.ଆଇ. ଚରମ୍ପାର ଅଧ୍ୟକ୍ଷ ପ୍ରବୀଣ କୁମାର ପୃଷ୍ଟି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ, ଅବନ୍ତିକା +୨ କଲେଜର ଅଧ୍ୟକ୍ଷା ଅରୁନ୍ଧତୀ ମହାନ୍ତି ବିବରଣୀ ପାଠ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ମିିହିର କୁମାର ନାୟକ। ଅନୁଷ୍ଠାନର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଓ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । +୨ ବିଜ୍ଞାନ ଫାଇନାଲ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଓମ୍ ପ୍ରକାଶ ସେନାପତି ଓ ଶୁଭଶ୍ରୀ ପଲେଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୀତ ଓ ନୃତ୍ୟ ପରିବେଷଣ କରାଯିବା ସହ ସନ୍ଧ୍ୟାରେ ରଙ୍ଗାରଙ୍ଗ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ସମୂହର ଚେୟାରମ୍ୟାନ୍ ଇଂ ଅମିତ୍ କୁମାର ମଲ୍ଲିକ ଓ ନିର୍ଦ୍ଦେଶିକା ଇଂ ସଙ୍ଗୀତା ଦାସଙ୍କ ପ୍ରତ୍ୟକ୍ଷ ପରିଚାଳନା ଓ ଅନୁଷ୍ଠାନର କର୍ମଚାରୀମାନଙ୍କ ଅକୁଣ୍ଠ ସହଯୋଗ ଫଳରେ କାର୍ଯ୍ୟକ୍ରମଟି ସଫଳ ଭାବେ ରୂପାୟିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

SOURCE: ODIA PUA