Home national news oriya ଧାନ ପଞ୍ଜିକରଣକୁ ଆସି ହଟହଟା ଚାଷୀ,ସମ୍ପାଦକଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ

ଧାନ ପଞ୍ଜିକରଣକୁ ଆସି ହଟହଟା ଚାଷୀ,ସମ୍ପାଦକଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ

3
0

Source :- ODIA PUA

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାନ ପଞ୍ଜିକରଣ କରିବାକୁ ଆସି ହଟହଟା ହେଲେ ଚାଷୀ। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ପଧାନପଡ଼ା ସେବା ସମବାୟ ସମିତିରୁ। ଚଣ୍ଡୀପୁର ଗ୍ରାମର ଦୁଇ ଚାଷୀ ଶ୍ୟାମସୁନ୍ଦର ପଣ୍ଡା ଓ ପ୍ରତାପ ପଣ୍ଡା ଧାନ ପଞ୍ଜିକରଣ ପାଇଁ ସୋସାଇଟିକୁ ଆସିଥିବା ବେଳେ ସମ୍ପାଦକ ନାରଣ ଚନ୍ଦ୍ର ସାହୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।ଚାଷୀଙ୍କ ଅଭିଯୋଗ ଅନୁସାରେ, ଜମି ସମ୍ପର୍କିତ ସମସ୍ତ କାଗଜପତ୍ର ଠିକ୍ ଥିବା ସତ୍ୱେ ପଞ୍ଜିକରଣକୁ ନେଇ ସେମାନଙ୍କୁ ଦୀର୍ଘଦିନ ଧରି ହଇରାଣ କରାଯାଉଛି। ପଞ୍ଜିକରଣର ଶେଷ ସମୟ ପାଖେଇ ଆସିଥିବା ବେଳେ ଚାଷୀଙ୍କୁ ଡାକି ଦୁର୍ବ୍ୟବହାର କରାଯାଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ, ସମ୍ପାଦକ ଡ୍ୟୁଟି ସମୟରେ ମଦ୍ୟପାନ କରି ଚାଷୀଙ୍କ ସହ ଅସଦାଚରଣ କରୁଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ଓ ସମ୍ପାଦକଙ୍କ ପକ୍ଷ କଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।ଚାଷୀଙ୍କ ସୁବିଧା ପାଇଁ ସେବା ସମବାୟ ସମିତି ମାଧ୍ୟମରେ ବିଭିନ୍ନ ବ୍ୟବସ୍ଥା ରହିଥିବା ବେଳେ, ଏଭଳି ଅଭିଯୋଗ ଉଠିବା ନେଇ ପ୍ରଶ୍ନ ଉଠିଛି। ତେବେ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ଏବଂ ଚାଷୀଙ୍କ ସମସ୍ୟାର ସମାଧାନ କେବେ ହେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

SOURCE: ODIA PUA