Source :- ODIA PUA
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଂଚାୟତର ପଣ୍ଡାସାହିରେ ଅନୁଷ୍ଠିତ ହେଉଛି ଗଣେଶ ପୂଜା। ଦୀର୍ଘ ୧୩୦ ବର୍ଷ ହେବ ଅନୁଷ୍ଠିତ ହୋଇ ଆସୁଛି ଏହି ପୂଜା। ସେତେବେଳର ଜମିଦାର ଶ୍ରୀଧର ପଣ୍ଡା ଆରମ୍ଭ କରିଥିବା ଏହି ପୂଜା ଆଜି ଚାରି ପିଢ଼ିରେ ପହଁଚିଲାଣି। କେତେବେଳେ ଜମିଦାରୀ ଶାସନରେ ଧୁମଧାମରେ ପୂଜା ପାଳନ ହୋଇଛି ତ କେତେବେଳେ ଅଭାବ ଅନାଟନର ଶିକାର ହୋଇ କେବଳ କଳସ ପୂଜାରେ ସୀମିତ ରହିଛି। ହେଲେ ଗଣେଶ ପୂଜା କେବେ ବନ୍ଦ ହୋଇ ନାହିଁ ବୋଲି ଆୟୋଜନ କମିଟିର ମୁଖ୍ୟ ରବୀନ୍ଦ୍ର ନାଥ ପଣ୍ଡା। ଗଣେଶ ପୂଜା ଦିନ ଠାରୁ ଆରମ୍ଭ ହୋଇ ରାଧାଅଷ୍ଟମୀ ପର୍ଯ୍ୟନ୍ତ ଏହି ପୂଜା ବେଶ ଜାକ ଜମକରେ ପାଳିତ ହୋଇଥାଏ। ଦୀର୍ଘ ୭୦ବର୍ଷ ଧରି କୋଡ଼ବରୁଆର ମାଗୁଣି ପରିଡା ପରେ ତାଙ୍କ ପୁତ୍ର ଜୟନ୍ତ ପରିଡା ଓ ସୁଶାନ୍ତ ପରିଡା ଏହି ମୂର୍ତି ତିଆରିରେ ନିଜକୁ ନିମଜୀତ କରିଥାନ୍ତି। ପ୍ରଭାକର ଶୁକ୍ଳ ଏହାର ପୂଜା ଦାୟିତ୍ୱ ଲିଭାଇ ଥାନ୍ତି। ଭାଇଚାରାର ନିଦର୍ଶନ ପୂର୍ବକ ଏହି ପୂଜାର ଶେଷ ଦିନରେ ଘଂଟଘଂଟା, ଶଙ୍ଖଧୁନୀରେ ବଡ଼ ଆଳତି ମହାଦେବ ମନ୍ଦିର ଚାରି ପାଖରେ ବୁଲିବା ପରେ ଏହି ଗଣେଶ ସହ ସରସ୍ୱତୀ, ଲକ୍ଷ୍ମୀ ଓ ମହାଦେବ ଶିବଙ୍କୁ ବିସର୍ଜନ ଦିଆଯାଇଥାଏ।
SOURCE: ODIA PUA




