Home national news oriya ଶ୍ରୀମଦ ଭାଗବତ ଓଡ଼ିଆ ଚେତନାର ଅନ୍ତଃସ୍ୱର,ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

ଶ୍ରୀମଦ ଭାଗବତ ଓଡ଼ିଆ ଚେତନାର ଅନ୍ତଃସ୍ୱର,ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

4
0

Source :- ODIA PUA

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ମାତୃଭାଷା ପରିଷଦର କନ୍ୟା ସଂକ୍ରାନ୍ତି ଆସର ସାମରାଇପୁର କଲ୍ୟାଣୀନଗର ସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଅଟଳ ବିହାରୀ ନାୟକଙ୍କ ପୌରହିତ୍ୟରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମୁଖ୍ୟଅତିଥି ଉଦ୍‌ଘାଟନ କରିଥିଲେ। ‘ଓଡ଼ିଆ ସାରସ୍ୱତ ଅସ୍ମିତା ଅତିବଡ଼ି ଜଗନ୍ନାଥ ଦାସ’ ଶୀର୍ଷକ ଆଲୋଚନାଚକ୍ରରେ ସମ୍ମାନନୀୟ ଅତିଥି ଶିକ୍ଷାବିତ୍ ଶାନ୍ତନୁ କୁମାର ରାଉତ, ମୁଖ୍ୟବକ୍ତା ପ୍ରବାଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବିଶିଷ୍ଟ ବକ୍ତା ପ୍ରବାଚକ ଦଶରଥ ପଣ୍ଡା, ପଣ୍ଡିତ ନରହରି ଦାଶ, ଶିକ୍ଷାବିତ୍ ଗୟାଧର ପଣ୍ଡା, ଆଖଣ୍ଡଳମଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନୀହାର ରଞ୍ଜନ କର, ପୂର୍ବତନ ଅଧ୍ୟକ୍ଷ ଶିବଚରଣ ଖାମୁରାଇ, ପ୍ରାକ୍ତନ ପୋଲିସ ଅଧିକାରୀ ରମେଶ ଚନ୍ଦ୍ର ଦାସ ପ୍ରମୁଖ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସଙ୍କ ଜୀବନୀ ଓ ଓଡ଼ିଆ ସାରସ୍ୱତ ଜଗତକୁ ତାଙ୍କର ଦାନ ଅତୁଳନୀୟ ଓ ଭାଗବତ ପ୍ରକୃତ ଓଡ଼ିଆ ଚଳନୀ ଏବଂ ହିନ୍ଦୁ ରୀତିନୀତିର ପ୍ରକୃଷ୍ଟ ଉଦାହରଣ ପ୍ରଦାନ କରିଥାଏ। ଜ୍ଞାନ, ଦାନ ଓ ଶୃଙ୍ଖଳିତ ସତ୍ୟ ଅଭିମୁଖି ଚଳନୀର ପ୍ରକୃତ ଉପଦେଶ ପ୍ରଦାନ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷୟିତ୍ରୀ ତଥା କବୀ ଡ. ଜାନକୀ ପାଢ଼ୀ ଓ ମନୋରମା ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ଶିଶୁକବି ଅଂଶୁମାନ ସ୍ୱାଇଁ, ଉମେଶ ଚନ୍ଦ୍ର ମହାପାତ୍ର, ଅଜୟ କୁମାର କର, ପାର୍ଥସାରଥି ମହାନ୍ତି, ପ୍ରତାପ ଦାସ, ନରେନ୍ ବିଶ୍ୱାଳ, ସୁରେଶ କୁମାର ସାହୁ, ଶିକ୍ଷୟିତ୍ରୀ ସରୋଜିନୀ ନାୟକ, ମାନସୀବାଳା ସୂତାର, ଜଗନ୍ନାଥ ଓଝା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶ ସମ୍ପାଦକୀୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ସଙ୍ଗୀତ ନାଟକ ଆକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଗୌରାଙ୍ଗ ଚନ୍ଦ୍ର ବାରିକ, ମଂଚ ଆହ୍ୱାନ, ସବୁ ସମ୍ପାଦିକା ମମତାରାଣୀ ଦାଶମିଶ୍ର ସଭା ପରିଚାଳନା, ନାରାୟଣ ଚନ୍ଦ୍ର ପାଢ଼ୀ ଅତିଥି ପରିଚୟ, ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ମଂଚ ସଂଯୋଜନା ଓ ଶେଷରେ ଅଧିବକ୍ତା ପ୍ରଦୀପ କୁମାର ଯେନା ଧନ୍ୟବାଦ ଅର୍ପଣ କରିଥିଲେ।

SOURCE: ODIA PUA