Source :- ODIA PUA
ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବନ୍ତ ବ୍ଲକ ବରଡେଶ୍ୱର ମଣ୍ଡଳ ପକ୍ଷରୁ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାମପୁର ପଚାଂୟତରୁ ୩ ଶହ ଉର୍ଦ୍ଧ କର୍ମୀ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ଏହି ସମାରୋହରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକଙ୍କ ସମେତ ଜିଲ୍ଲା ସମ୍ପାଦକ କିଶୋର କିଙ୍କର ପଢିଆରୀ, ବରଡେଶ୍ୱର ମଣ୍ଡଳ ସଭାପତି ଇଂ. ପ୍ରମୋଦ ଜେନାଙ୍କ ସମେତ ଅନେକ ବରିଷ୍ଠ ନେତୃତ୍ୱ ଓ କର୍ମୀ ଉପସ୍ଥିତ ଥିଲେ । ନୂତନ ସଦସ୍ୟଙ୍କ ଯୋଗଦାନ ଫଳରେ ସ୍ଥାନୀୟ ଅଚଂଳରେ ଦଳର ସଙ୍ଗଠନ ଆହୁରି ମଜବୁତ ହେବ ବୋଲି ନେତୃବୃନ୍ଦ ଆଶାପ୍ରକାଶ କରିଛନ୍ତି । ରାମପୁର ପଚାଂୟତ ପ୍ରମୁଖ ସୋମନାଥ ସୂତାର, ମଣ୍ଡଳ ସାଧାରଣ ସମ୍ପାଦକ ଜିତେନ୍ଦ୍ର ନାୟକ, ମନୋଜ ବିଶ୍ୱାଳଙ୍କ ସମେତ ଅନେକ ବରିଷ୍ଠ ନେତୃତ୍ୱ ଓ କର୍ମୀ ଉପସ୍ଥିତ ଥିଲେ ।
SOURCE: ODIA PUA




