Home national news oriya ଆରଡି ୪ ପଂଚାୟତର ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ଋଣଛାଡ ପାଇଁ ଜୋର ଧରିଲା ଦାବି, ରବିଧାନ...

ଆରଡି ୪ ପଂଚାୟତର ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ଋଣଛାଡ ପାଇଁ ଜୋର ଧରିଲା ଦାବି, ରବିଧାନ ପାଇଁ ବିହନ ଯୋଗାଇବାକୁ ଚାଷୀଙ୍କ ମେଳି

3
0

Source :- ODIA PUA

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ୨ମାସ ମଧ୍ୟରେ ବୈତରଣୀ ଓ ସାଳନ୍ଦୀ ନଦୀରେ ଆସିଥିବା ୫ଥର ବନ୍ୟାରେ ବେଶି କ୍ଷତିଗ୍ରସ୍ତ ହୋଇଥିଲେ ଭଦ୍ରକଜିଲା ଚାନ୍ଦବାଲି୍ୱ୍ଲକ ନାନ୍ଦପୁର, ଆରଡି, ସୁନ୍ଦରପୁର, ଓଳଗ ୪ଟି ପଂଚାୟତର ହଜାରହଜାର ଚାଷୀ। ଏପରିକି ବୈତରଣୀବନ୍ୟାରେ ବୋଡକ ନିକଟରେ ରାଜରାସ୍ତା ଭାସିଯିବା ସହ ଏକ ବିରାଟକାୟ ଘାଇ ସୃଷ୍ଟି ହେବାରୁ ଦୀର୍ଘ ମାସ ଧରି କ୍ଷେତରେ ଲହଡ଼ି ମାରିଥିଲା ବନ୍ୟାପାଣି। ଫଳରେ ସମ୍ପୁର୍ଣ୍ଣ ଭାବେ ଧାନ ତଳି ଓ ଧାନଗଛ ପଚିସଢି ନଷ୍ଟ ହୋଇଯାଇଛି। ଏପରିକି ବନ୍ୟା ଛାଡ଼ିବାର ଦୀର୍ଘ ୨ମାସ ବିତିଯାଇଥିଲେ ସୁଧା ସରକାର ଓ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ କୈଣସି ସହାୟତ ମିଳିବା ତ ଦୂରର କଥା ଚାଷୀମାନେ ବ୍ୟାଙ୍କ ଓ ସମବାୟ ଋଣକରି ଯେଉଁ ବିହନ ଓ ସାର ପକାଇ ଚାଷ କରିଥିଲେ କ୍ଷେତରେ ତାହା କିପରି ଅଛି କୃଷି ବିଭାଗୀୟ ଅଧିକାରୀ କିମ୍ବା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଆସିନଥିବା ଅଭିଯୋଗ କରିଛନ୍ତି ଚାଷୀମାନେ। ବିଶେଷକରି ଚାଷୀମାନଙ୍କର ବ୍ୟାଙ୍କ ଓ ସମବାୟ କୃଷିଋଣ ଛାଡ କରିବା ଓ ଆଗାମୀ ର୍ୱିଧାନ ଚାଷ ପାଇଁ ବିହନ ଯୋଗାଇ ଦେବା ଦାବିରେ ରବିବାର ନାନ୍ଦପୁର ବାତ୍ୟା ଆଶ୍ରୟସ୍ଥଳୀରେ ଶତାଧିକ ଚାଷୀ ମେଳି ବାନ୍ଧି ଏକତ୍ରିତ ହୋଇଥିଲେ। ଏପରିକି ସମସ୍ତ ଦାବି ନେଇ ସୋମବାର ଜିଲାପାଳ ଓ କୃଷି ବିଭାଗୀୟ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେବେ। ଯଦି ଚାଷୀମାନଙ୍କୁ ଉପଯୁକ୍ତ ସହାୟତା ସହ କୃଷିଋଣ ଛାଡ କରାଯାଏ ତାହାଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି କ୍ଷତିଗ୍ରସ୍ତ ଚାଷୀମାନେ। ଏପରିକି ଆରଡି ଆର ଆଇ ଅଫିସ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ସମସ୍ତ ଚାଷୀ।

SOURCE: ODIA PUA