Home national news oriya ବିବେକାନନ୍ଦ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ

ବିବେକାନନ୍ଦ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ

2
0

Source :- ODIA PUA

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ନିମାପଡା ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଆନନ୍ଦ ଉତ୍ସାହର ସହ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ୨୧୦ ଜଣ ଛାତ୍ରଛାତ୍ରିଙ୍କ ମଧ୍ୟରୁ ୧୬୪ ଜଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଚାର୍ଯ୍ୟା ଉଷାରାଣୀ ବେହେରାଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ବାଉଁସଗଡ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ପୌରହିତ କରିଥିଲେ । ଏଥିରେ ଶିଶୁ ମନ୍ଦିରର ପ୍ରଧାନଚାର୍ଯ୍ୟା ଇତିଶ୍ରୀ ମହାପାତ୍ର, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟି, କଳା ପାହାଡ ମଧ୍ୟ ଇଂରାଜୀ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲାଲମୋହନ ପୁହାଣ, ଖଇରା ବ୍ଲକ ବାଘୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉଦୟନାଥ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ବିଚାରକ ଭୂମିକା ତୁଲାଇଥିଲେ । ପରେ ଉପକନିଷ୍ଠ ବିଭାଗ ବେଶ ପ୍ରତିଯୋଗିିତାରେ ସାନଭି ବିଶ୍ୱାଳ, ସୁଭଦ୍ରା ସୁଆର, ଦିବ୍ୟାଶୁଂ ରାଉଳ, ବେଶ ସହିତ କୁଇଜ୍ କନିଷ୍ଠ ବିଭାଗରେ ଶୁଭଲକ୍ଷ୍ମୀ ମଲ୍ଲିକ, ସାଇରାମ ମଲ୍ଲିକ, ସୁରେନ୍ଦ୍ର ନାଥ ସାହୁ, ଦିବ୍ୟ ରଞ୍ଜନ ପରିଡା, ବେଶ ସହିତ ସଂଳାପ ଉପବରିଷ୍ଠ ବିଭାଗରେ ଅତନୁ ବିଶ୍ୱାଳ, ଗୀତୁ ଜ୍ଞାନେଶ୍ୱରୀ ଦାସ, ଦିବ୍ୟାଙ୍କିତା ବାରିକ, ବେଶ ସହିତ ଭାଷଣ ବରିଷ୍ଠ ବିଭାଗରେ ବିବେକ ନାରାୟଣ ବେହେରା, ଅଭିଜ୍ଞାନ ରାଉତରାୟ, ଦିବ୍ୟ ଶଙ୍କର ପଣ୍ଡା, ଶ୍ରଦ୍ଧାଞ୍ଜଳୀ ରାଉଳ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଆଚାର୍ଯ୍ୟା ଦମୟନ୍ତୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୌଭାଗ୍ୟ ମଞ୍ଜରୀ ପରିଡା, ସାବିତ୍ରୀ ମାଝୀ, ମିନତୀ ଲତା ରାଉତ, ସସ୍ମିତା ପତି, ସବିତା ରାଣୀ ଦାସ, ପ୍ରଭାତୀ ପତି, ନିରୂପମା ପାଣିଗ୍ରାହୀ, ସୁନିଲ୍ ରାଉଳ, ମାନସ ନାୟକ, ପ୍ରସନ୍ନ ରଥ, ରେବତୀ ବାରିକ, ସୁପ୍ରଭା ପତି ପରିଚାଳନା କରିଥିଲେ ।

SOURCE: ODIA PUA