Home national news oriya ରଘୁନାଥପୁର ସ୍କୁଲରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ବିବାଦ

ରଘୁନାଥପୁର ସ୍କୁଲରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ବିବାଦ

4
0

Source :- ODIA PUA

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ବ୍ଲକ ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ଗଣେଶ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ବିବାଦ ଦେଖାଦେଇଛି । ଜୁପିଟର ୟୁଥ୍ କ୍ଲବ ପକ୍ଷରୁ ଏଠାରେ ଗଣେଶ ପୂଜା କରାଯାଇଥିବା ବେଳେ ଗତ ୧୬ ଓ ୧୭ ତାରିଖ ଦୁଇଦିନ ଧରି ଅର୍କେଷ୍ଟ୍ରା ପରିବେଷଣ କରାଯାଇଥିଲା । ଯାହାକୁ ଶହ ଶହ ସଂଖ୍ୟାରେ ଲୋକେ ଉପଭୋଗ କରିଥିଲେ । ହେଲେ ଶିକ୍ଷାନୁଷ୍ଠାନ ପରିସରରେ ଅର୍କେଷ୍ଟ୍ରା କରିବା ନେଇ ଅନୁମତି କିଏ ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ଗ୍ରାମବାସୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବ୍ଲକ ଶିକ୍ଷାଧିକାରୀ ଚିତରଞ୍ଜନ ମହାନ୍ତି କହନ୍ତି ଉପରୋକ୍ତ କଥା ମୋ ନଜରକୁ ଆସିଛି, ମୁଁ ତଦନ୍ତରେ ଯିବି ।

SOURCE: ODIA PUA