Home national news oriya ପୁରୁଣାବଜାର ଥାନା ତରଫରୁ ଜୁଭେଂଟିକା ଆଉଟ୍‌ରିଚ୍ କାର୍ଯ୍ୟକ୍ରମ, ବାଲ୍ୟ ବିବାହ ବନ୍ଦ କରନ୍ତୁ ଏବଂ ବାଳିକାଙ୍କ...

ପୁରୁଣାବଜାର ଥାନା ତରଫରୁ ଜୁଭେଂଟିକା ଆଉଟ୍‌ରିଚ୍ କାର୍ଯ୍ୟକ୍ରମ, ବାଲ୍ୟ ବିବାହ ବନ୍ଦ କରନ୍ତୁ ଏବଂ ବାଳିକାଙ୍କ ଅଧିକାର ପାଇଁ ନିବେଶ କରନ୍ତୁ

4
0

Source :- ODIA PUA

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆର୍ନ୍ତଜାତୀୟ ବାଳିକା ଦିବସ ଅବସରରେ ଭଦ୍ରକ ପୁରୁଣାବଜାର ଥାନା ଓ ଆସିଆନା ସଂଗଠନର ମିଳିତ ଆନୁକୂଲ୍ୟରେ ଜୁଭେଂଟିକା ଆଉଟ୍‌ରିଚ୍ ସଚେତନତା କାର୍ଯ୍ୟକ୍ରମ ପୁରୁଣା ବଜାର ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ବାଇପାସ୍‌ସ୍ଥିତ ସୋସାଇଟ୍ ଫର୍ ଉଇକର କମ୍ୟୁନିଟ୍ (ଆସିଆନା) ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ପ୍ରଦୀପ୍ତ କୁମାର କର, ଆସିଆନାର ସମ୍ପାଦିକା ସୋଫିଆ ସେକ୍ ଯୋଗଦେଇ ବାଲ୍ୟ ବିବାହର ନିରାକରଣ, ବାଳିକାମାନଙ୍କର ଅଧିକାରର, ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ପ୍ରତିଷ୍ଠା ପାଇଁ ସମାଜର ସମସ୍ତ ସ୍ତରରେ ସଚେତନତା ଓ ସାମୁହିକ ପ୍ରୟାସ ଜାରି ରଖିବା ପାଇଁ ଆବଶ୍ୟକୀୟ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷର ଜୁଭେଂଟିକା ଆଉଟ୍‌ରିଚ୍ କାର୍ଯ୍ୟକ୍ରମର ମୁଖ୍ୟ ବାର୍ତା ହେଉଛି “ବାଲ୍ୟ ବିବାହ ବନ୍ଦ କରନ୍ତୁ ଏବଂ ବାଳିକାଙ୍କ ଅଧିକାର ପାଇଁ ନିବେଶ କରନ୍ତୁ” । ଏହି କାର୍ଯ୍ୟକ୍ରମରେ ଆସିଆନା ଶକ୍ତି ସଦନ ଓ ଓପନ୍ ସେଲ୍‌ଟର ହୋମ୍‌ର ଅନ୍ତେବାସୀ ଓ କର୍ମକର୍ତାମାନେ ଯୋଗଦାନ କରିଥିଲେ । ଆସିଆନାର ସଂଯୋଜକ ରିଆଜ ଅହମଦ୍ ସ୍ୱାଗତ ଭାଷଣ ଦେବା ସଂଗେ ସଂଗେ ଧନ୍ୟବାଦ ଅର୍ପଣ କରିଥିଲେ ।

SOURCE: ODIA PUA