Source :- ODIA PUA
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ବିଟିପୁରସ୍ଥିତ ବିଦ୍ୟୁତ ଫ୍ୟିଜ୍ କଲ୍ ସେଟଂର ପରିସରରେ ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଆନନ୍ଦ ସ୍ମୃତି ପାଲା ପରିଷଦ ପକ୍ଷରୁ ତ୍ରିଦିବସୀୟ ବ୍ୟାପି ପାଲା ପରିବେଷଣ କରାଯାଇଛି । ଦୀର୍ଘ ୨୦ ବର୍ଷ ଧରି ଏହି କାର୍ଯ୍ୟକ୍ରମ ପାଳିତ ହୋଇ ଆସୁଥିବା ବେଳେ ଏହାକୁ ପରିଷଦର ସଭ୍ୟ ରମେଶ କୁମାର ବାରିକ, ବିଶିଷ୍ଟ ସାହିତ୍ୟିକ ଚିତରଞ୍ଜନ ସାମନ୍ତରାୟ, ଗାୟକ ନନ୍ଦ କିଶୋର ନାୟକ, ହରିହର ପାଣିଗ୍ରାହୀ,ଚିନ୍ତାମଣି ବେହେରା,କୃଷ୍ଣ ଚନ୍ଦ୍ର ବେହେରା, ଶିକ୍ଷାବିତ୍ ପ୍ରଣୟ କୁମାର ସିଂହ,ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ବିଭାଗୀୟ କର୍ମଚାରୀ ଶଶିକାନ୍ତ ଅଶୋକ ଶଙ୍ଖୁଆ, ଚିନ୍ତାମଣି ଶତପଥି, ଚନ୍ଦ୍ର ଶେଖର ବାରିକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ କେନ୍ଦ୍ରାପଡାର ଗାୟକ ସୂର୍ଯ୍ୟ ପର୍ଶୁରାମ ପଣ୍ଡା ଏବଂ ସାଥୀଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିବା ବେଳେ ତିହିଡିର ବିଭାଗୀୟ ଯନ୍ତ୍ରୀ ମନୋରଞ୍ଜନ ସାହୁ, ଚିତରଞ୍ଜନ ସାମନ୍ତରାୟ, ଗୁନ ଦାସଙ୍କୁ ମାନପତ୍ର ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । କ୍ରମଶଃ ପ୍ରାଚୀନ କଳା ସଂସ୍କୃତି ଲୋପ୍ ପାଇବାକୁ ଯାଉଥିବା ବେଳେ ଆନନ୍ଦ ସ୍ମୃତି ସଂସଦର ଏତାଦୃଶ୍ୟ କାର୍ଯ୍ୟକୁ ସଂସ୍କୃତିପ୍ରେମୀ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।
SOURCE: ODIA PUA




