Home national news oriya ଇନ୍‌ଟାକ୍ ଚାପ୍ଟର ଭଦ୍ରକର ସ୍ୱତନ୍ତ୍ର ଅଧିବେଶନ

ଇନ୍‌ଟାକ୍ ଚାପ୍ଟର ଭଦ୍ରକର ସ୍ୱତନ୍ତ୍ର ଅଧିବେଶନ

4
0

Source :- ODIA PUA

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଇନଟାକ୍ ଚାପ୍‌ଟର ଭଦ୍ରକ ଶାଖାର ଏକ ସ୍ୱତନ୍ତ୍ର ଅଧିବେଶନ ନିତ୍ୟାନନ୍ଦ ଭବନ, କୁଆଁସ, ଭଦ୍ରକର ଠାରେ ଶାଖାର କନଭେନର ଅବସରପ୍ରାପ୍ତ ଜିଲ୍ଲାପାଳ ଦିଗମ୍ବର ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । କୋ-କନ୍‌ଭେନର ପ୍ରଭାକର ମଲ୍ଲିକ ତଥା ବରିଷ୍ଠ ସଭ୍ୟ ହରମୋହନ କୁଅଁର, ଗୋଲକ ବିହାରୀ ସାହୁ, ଅଜିତ୍ କୁମାର ନାୟକ, ମୁକ୍ତିକାନ୍ତ ମହାପାତ୍ର ଓ କରୁଣାକର ଉପାଧ୍ୟାୟ ମଂଚାସୀନ ହୋଇ ସଭା ପରିଚାଳନାରେ ସହଯୋଗ କରିଥିଲେ । ଇତି ମଧ୍ୟରେ ସ୍ୱର୍ଗବାସୀ ହୋଇଥିବା ସଭ୍ୟ ଅଭିମନ୍ୟୁ ମହାନ୍ତିଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । ସର୍ବ ପ୍ରଥମେ ଇନ୍‌ଟାକ୍‌ର ଦିଲ୍ଲୀସ୍ଥିତ ମୁଖ୍ୟ ଶାଖା ତରଫରୁ ନୁଆକରି ହୋଇଥିବା ଆଜୀବନ ସଭ୍ୟ ଓ ସାଧାରଣ ସଭ୍ୟମାନଙ୍କର ବାର୍ଷିକ ନବୀକରଣ ଦେୟ ବୃଦ୍ଧି କରାଯାଇଥିବାରୁ ସର୍ବସମ୍ମତିକ୍ରମେ ଏହା ଘୋର ବିରୋଧ କରାଯାଇ ପୂର୍ବ ନିର୍ଦ୍ଧାରିତ ଦେୟ ରାଶି କାଏମ୍ ରଖିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା । ଭଦ୍ରକ ଶାଖା ଇନ୍‌ଟାକ୍‌ର ବାର୍ଷିକ ଉତ୍ସବ ଆଗାମୀ ତା ୧୩.୧୨.୨୦୨୬ରିଖ ଦିନ କରାଯିବାକୁ ସର୍ବସମ୍ମତିକ୍ରମେ ସ୍ଥିର କରାଗଲା । ଏହି ଉଦ୍ଦେଶ୍ୟରେ ତା ୨୨.୧୧.୨୬ରିଖ ଦିନ ସ୍ଥାନୀୟ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭଦ୍ରକର ଐତିହାସିକ ଓ ସଂସ୍କୃତି ବିଷୟ ବସ୍ତୁ ଉପରେ ବକ୍ତୃତା ପ୍ରତିଯୋଗିତା କରାଯାଇ ସେମାନଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବାକୁ ସ୍ଥିର କରାଗଲା । ଏହାର ସୁପରିଚାଳନା ପାଇଁ ୨୫ଜଣ ସଭ୍ୟଙ୍କୁ ନେଇ ଗୋଟିଏ ଷ୍ଟିୟରିଙ୍ଗ୍ କମିଟି ଗଢ଼ା ଗଲା । ଏହାଛଡ଼ା ଭଦ୍ରକରେ ଲୋକଲୋଚନକୁ ଆସିପାରିନଥିବା ଐତିହ୍ୟସ୍ଥଳୀ ଗୁଡ଼ିକୁ ଚିହ୍ନଟ କରାଯିବା ପାଇଁ ଅନ୍ୟ ଏକ ୧୫ଜଣିଆ କମିଟି ଗଢ଼ା ଗଲା । ଉପସ୍ଥିତ ସଭ୍ୟ/ସଭ୍ୟାମାନଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରିଥିଲେ ଇନ୍‌ଟାକ୍ ସଭ୍ୟା ଶ୍ରୀମତୀ କଳ୍ପନା ବେହେରା । ଆଜିର ବୈଠକରେ ଅଧିକାଂଶ ସଭ୍ୟ ଉପସ୍ଥିତ ଥିବାରୁ ସଭାପତି ଖୁସି ପ୍ରକଟ କରିଥିଲେ । ସଭ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସଂଗ୍ରାମ ସାହୁ, ଯୁଧିଷ୍ଠିର ବାରିକ୍‌, ଆଦିତ୍ୟ କୁମାର ନାୟକ, ପଦ୍ମନାଭ ନାୟକ, ସୁଧାକର ରାଉତ, ବାଦଲ କିଶୋର ମହାପାତ୍ର, ଅରବିନ୍ଦ ବସନ୍ତରାୟ, ବାବୁଲାଲ୍ ଦାସ, ସୁଦାମ ଚରଣ ଦାସ, କାଶୀନାଥ ପଣ୍ଡା, ଆଦିତ୍ୟ କୁମାର ଗୋସ୍ୱାମୀ, ହୃଷିକେଶ ମହାନ୍ତି, ଶାନ୍ତନୁ କୁମାର ରାଉତ, ଲକ୍ଷ୍ମଣ କୁମାର ମହାନ୍ତି, ଚିତରଂଜନ ବରାଳ, ବିଜୟ କୁମାର ମହାନ୍ତି, ରବୀନ୍ଦ୍ର କୁମାର ମହାରଣା, ଚନ୍ଦ୍ରମୋହନ ମହାନ୍ତି, କୈଳାସ ଚନ୍ଦ୍ର ପଣ୍ଡା, ଦୁଃଶାସନ ମହାନ୍ତି, ତାରକଦାସ ଆଢ଼୍ୟ, ଗୋପାଳ ଚରଣ ସେଠୀ, ହରେକୃଷ୍ଣ ସାହୁ, ଅକ୍ଷୟ କୁମାର ହୋତା, ପ୍ରଦୀପ୍ତ କୁମାର ଦାସ, ସଂଗ୍ରାମ କେଶରୀ ଦାସ, ରତିକାନ୍ତ ମହାନ୍ତି, ଗୟାଧର ପଣ୍ଡା, ସନ୍ତୋଷ କୁମାର ମହାନ୍ତି, ସୁରେଶ କୁମାର ସାହୁ, ମଦନ ମୋହନ ନାୟକ, ସ୍ନେହଲତା ବେହେରା, ବିଚିତ୍ରାନନ୍ଦ ମହାନ୍ତି, ଦୀଲିପ୍ କୁମାର ନାୟକ, ପ୍ରିୟଙ୍କା ପ୍ରିୟଦର୍ଶୀ ପାଣିଗ୍ରାହୀ, ଶରତ କୁମାର ସାହୁ ଓ ଭାରତ ବାଇ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସଭ୍ୟ ରାମାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

SOURCE: ODIA PUA