Home national news oriya ଓଡିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ବାମପନ୍ଥୀ ଗଣସଂଗଠନ ଗୁଡିକ ପକ୍ଷରୁ ଭଦ୍ରକରେ ପ୍ରତିବାଦ ସଭା

ଓଡିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ବାମପନ୍ଥୀ ଗଣସଂଗଠନ ଗୁଡିକ ପକ୍ଷରୁ ଭଦ୍ରକରେ ପ୍ରତିବାଦ ସଭା

4
0

Source :- ODIA PUA

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିଲ୍ଲୀରୁ ଦାରିଂବାଡି ଆସୁଥିବା ଗବେଷକ ଛାତ୍ରୀ ଓ ଗୁଜରାଟରୁ ଆସିଥିବା ଗବେଷକ ଛାତ୍ର ଙ୍କୁ ଲଙ୍ଗଳା କରି ରାୟଗଡା ଠାରେ ଭିଡହିଂସା ମାଧ୍ୟମରେ ମାଡ ମାରିବା ଓ ଛାତ୍ରୀଙ୍କ ବ୍ୟକ୍ତିଗତ ଅଙ୍ଗ ଛୁଇଁବା ଘଟଣା ବିଶ୍ୱ ଦରବାରରେ ଓଡିଶାର ଛବିକୁ ମଳିନ କରିଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବିଧାୟକ- ବିଡିଓ- ଥାନାଧିକାରୀ ଙ୍କ ଅସାଧୁ ମେଂଟ ଚାମେଲି ଓଝାଙ୍କ ପରି ଜଣେ ଦକ୍ଷ ସରପଂଚଙ୍କୁ ନିର୍ଯତ୍କାତନା ଦେବା ଘଟଣା ଓଡିଶାର ଲୋକପ୍ରତିନିଧି ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ବିଜେପି ସରକାର ହରଣ କରିଥିବାର ସୂଚାଉଛି । ସେହିପରି ରେମୁଣା ପିକ୍‌ଅପ୍ ଡ୍ରାଇଭର ହତ୍ୟା ମାମଲା, ବାଲିଅନ୍ତା ସୌମତ୍କ ଙ୍କୁ ଭିଡହତ୍ୟା, ନୟାଗଡ ଜିଲ୍ଲାରେ ମାଙ୍କଡ଼ା ପଥର ମାଫିଆ ମାନେ ଘଟାଇଥିବା ହତ୍ୟାକାଣ୍ଡ, ପୁରୀ ଜିଲ୍ଲା ପିପିଲି ରେ ମାଛ କଟା ପନିକି ରେ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ଜୋର ଜବରଦସ୍ତି ତା ଉପରେ ବୁଲେଟ ଚଢାଇବା ଘଟଣା, ମୟୂରଭଞ୍ଜରେ ନାବାଳିକା ହତ୍ୟା ଘଟଣା, ବ୍ରହ୍ମପୁରରେ ଜଣେ ଯୁବକ ଓ ତାଙ୍କ ବାଂଧବୀ ଙ୍କୁ ସର୍ବସାଧାରଣରେ ବର୍ବର ମାଡ, ବ୍ରହ୍ମପୁରରେ ଜଣେ ସାଧାରଣ ଲୋକଙ୍କୁ ଭୂଜାଲିରେ ହାଣିବା, ଗଞ୍ଜାମ ଜିଲ୍ଲାରେ ଜଣେ ଗର୍ଭବତୀ ମହିଳାଙ୍କୁ ଗାଁ ଦାଣ୍ଡରେ ଅତି ନୃଶଂସ ହତ୍ୟା, ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ନାବାଳିକା ହତ୍ୟା ଘଟଣା, ମତୋ କୁକୁଡା ଫାର୍ମ ମାଲିକ ହତ୍ୟା ଘଟଣା, ଭଦ୍ରକ ଜିଲ୍ଲା ବନ୍ଧଗାଁ ର ପୂର୍ବତନ ସରପଂଚ ନାଲୁ ଙ୍କୁ ହତ୍ୟା ଘଟଣା, ଭଣ୍ଡାରୀପୋଖରୀ ସରସଦା ଠାରେ ଜଣେ ୱାର୍ଡ ସଭ୍ୟଙ୍କୁ ନିର୍ମମ ହତ୍ୟା, ତିହିଡି ଥାନା ଅଧିନ ଜଣେ ନବବିବାହିତା ମହିଳା ଙ୍କୁ ହତ୍ୟା କରି ରେବନଦୀ କୂଳରେ ଫିଙ୍ଗିଦେବା ଘଟଣା ଓଡିଶାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସୂଚାଉଛି । ଆମ ରାଜ୍ୟରେ ଚାଲିଥିବା ଡବଲ୍ ଇଞ୍ଜିନ୍ ସରକାର ଅପରାଧୀ ମାନଙ୍କ ସରକାର ବୋଲି ଅପରାଧୀ ମାନେ ମନେକରିବା ଓ ଅପରାଧୀ ମାନଙ୍କ ବିରୁଦ୍ଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅପରାଧୀ ମାନେ ଏହି ଜଘନ୍ୟ ଅପରାଧ ଗୁଡିକ ଘଟାଉଛନ୍ତି ବୋଲି ଅଭିଯୋଗ କରି ସିଆଇଟିୟୁ, ଓଡିଶା କୃଷକ ସଭା, ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୁର ୟୁନିୟନ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ମିଳିତ ଭାବେ ଭଦ୍ରକ ବନ୍ତ ଛକ ଠାରେ ପ୍ରତିବାଦ ଆନ୍ଦୋଳନ ଅନୁଷ୍ଠିତ ହୋଇଥିବା ବେଳେ ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୁର ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ବରିଷ୍ଠ କୃଷକ ନେତା ନିରଞ୍ଜନ ପାଣି, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ସିଆଇଟିୟୁ ଜିଲ୍ଲା ଉପସଭାପତି ରାଧାନାଥ ଦାସ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଜିଲ୍ଲା ସଂପାଦିକା ପ୍ରଭାତି ଜେନା, ମହିଳା ନେତ୍ରୀ ରୋଜାଲିନି ସାମ୍ୟବାଦୀ, ବାସନ୍ତୀ ଚିତ୍ରକର, ବୀମା କର୍ମଚାରୀ ନେତା ନବକିଶୋର ବେହେରା ପ୍ରମୁଖ ବକ୍ତବ୍‌ଯ ପ୍ରଦାନ କରି ଏହି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ସାରା ରାଜ୍ୟରେ ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ ଦାଦାଗିରି କରୁଥିବା ବିଜେପି ଗୁଣ୍ଡା ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଂଗେ ସଂଗେ ବିଜେପି ଗୁଣ୍ଡାମାନଙ୍କୁ ସରକାରୀ କାର୍ଯ୍ୟାଳୟ ପ୍ରବେଶ ନିଷେଧ ପାଇଁ ପଦକ୍ଷେପ ନେବାକୁ ଗଣସଂଗଠନ ଗୁଡିକର ନେତୃବୃନ୍ଦ ଏହି ପ୍ରତିବାଦ ସଭା ମାଧ୍ୟମରେ ଦାବି କରିଥିଲେ ।

SOURCE: ODIA PUA