Home national news oriya କରାମତ ଅଲୀ କରାମତଙ୍କ ସ୍ମୃତିରେ ସାହିତ୍ୟ ସଭା ଓ ମୁଶାୟରା

କରାମତ ଅଲୀ କରାମତଙ୍କ ସ୍ମୃତିରେ ସାହିତ୍ୟ ସଭା ଓ ମୁଶାୟରା

5
0

Source :- ODIA PUA

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରଖ୍ୟାତ ଉର୍ଦ୍ଦୁ ସାହିତ୍ୟିକ ତଥା ସମାଲୋଚକ ପ୍ରଫେସର କରାମତ ଅଲୀ କରାମତଙ୍କ ଚତୁର୍ଥ ପୁଣ୍ୟତିଥି ଅବସରରେ ଭଦ୍ରକ ସ୍ଥିତ ସରକାର ନଗର ର ମହମ୍ମଦ ହନିଫ୍ ମେମୋରିଆଲ୍ ଉର୍ଦ୍ଦୁ ଲାଇବ୍ରେରୀ, ପକ୍ଷରୁ ଗତକାଲି ସନ୍ଧ୍ୟାରେ ଭଦ୍ରକ ମଦିନା ମଇଦାନ ଠାରେ ଏକ ସାହିତ୍ୟ ସଭା ଓ ପରବର୍ତୀ ପର୍ଯ୍ୟାୟରେ ସର୍ବ ଭାରତୀୟ ମୁଶାୟରାର ଆୟୋଜନ କରାଯାଇଥିଲା। ବରିଷ୍ଟ କବି ଜାଫର ଦାନିଶଙ୍କ ସଂଚାଳନାରେ ଆୟୋଜିତ ସାହିତ୍ୟ ସଭାରେ ଉର୍ଦ୍ଦୁ ଅଧ୍ୟାପିକା ସାଜିଆ ତମକିନ, ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପବିତ୍ର ପାଣିଗ୍ରାହୀ ଏବଂ ପ୍ରଖ୍ୟାତ କବି ସୟ୍ୟଦ ନଫିସ ଦସନଭୀ ଯୋଗଦେଇ ପ୍ରଫେସର କରାମତ ଅଲୀ କରାମତଙ୍କ ସାହିତ୍ୟିକ, ସମାଲୋଚନାତ୍ମକ ଓ ଶିକ୍ଷାଗତ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରଫେସର କରାମତ ଅଲୀ କରାମତଙ୍କ ରଚିତ କାବ୍ୟ ସଂକଳନ “ଶୁଆଏ କରାମତ” ର ଉନ୍ମୋଚନ କରାଯାଇଥିଲା। ସେହିପରି ଭଦ୍ରକର ବରିଷ୍ଠ କବି ସମନ ନସୀମୀଙ୍କୁ ତାଙ୍କର ଉର୍ଦ୍ଦୁ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ “କରାମତ ଅଲୀ କରାମତ ପୁରସ୍କାର” ପ୍ରଦାନ କରାଯାଇଥିଲା। ପରେ ଆୟୋଜିତ ସର୍ବ ଭାରତୀୟ ମୁଶାୟରାରେ ପାଟନାର ଜଫର ସିଦ୍ଦିକୀ ସଭାପତିତ୍ୱ କରିଥିବା ବେଳେ କୋଲକାତାର ଇରଶାଦ ଆରଜୁ ସଫଳତାର ସହିତ ସଂଚାଳନା କରିଥିଲେ। ସୟ୍ୟଦ ନଫିସ ଦସନଭୀ, ଅବ୍ଦୁଲ ହକ୍ ବେତାବ, ଚାଚା ଭାରତୀ, ସମିଉଲ ହକ୍ ଶାକିର, ଇନାୟତ ଅଲୀ ଇନାୟତ, ସାଜିଆ ତମକିନ, ଅବ୍ଦୁଲ ହଫିଜ ବସ୍ମିଲ, ଆସିମ ବାଦଶାହ, ଶାଦାବ ଆଜିଜ ଏବଂ ଅବ୍ଦୁଲ ୱାହିଦ ନଶ୍‌ତର ପ୍ରମୁଖ କବିମାନେ ନିଜ ରଚନା ପାଠ କରି ଶ୍ରୋତାମାନଙ୍କୁ ମୁଗ୍ଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଲାଇବ୍ରେରୀର ସଦସ୍ୟ ମେହତାବ ଆଲମ ଖାନ, ଜାଫର ଦାନିଶ, ଶାହିଦ ଖାନ, ସୁଲେମାନ ଶମସୀ, ଆରିଫ ମହମ୍ମଦ ଆରିଫ, ଅବ୍ଦୁଲ ୱାହିଦ ନଶ୍‌ତର, ମିନହାଜ କାଦରୀ, ମିର୍ଜା ରିଆଜୁଦ୍ଦିନ ବେଗ, ମେହକ କାଦରୀ, ଶେଖ ଅବ୍ଦୁଲ ରଜ୍ଜାକ, ଚନ୍ଦା ଖାନ ଓ ମହମ୍ମଦ ଅଜହରୁଦ୍ଦିନଙ୍କ ଉଲ୍ଲେଖନୀୟ ସହଯୋଗ ରହିଥିଲା।

SOURCE: ODIA PUA