Home national news oriya କୋର୍କରା ଓ ଜାନୁଗଞ୍ଜରେ ରାବଣପୋଡି ଉତ୍ସବ

କୋର୍କରା ଓ ଜାନୁଗଞ୍ଜରେ ରାବଣପୋଡି ଉତ୍ସବ

5
0

Source :- ODIA PUA

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋର୍କରା ପଂଚାୟତର ଐତିହାସିକ ମା’ ସାତଭଉଣୀ ପୀଠରେ ମନ୍ଦିର ଟ୍ରଷ୍ଟବୋର୍ଡ ଆନୁକୂଲ୍ୟରେ ଆୟୋଜିତ ୨ୟ ବର୍ଷ ଦୁର୍ଗାପୂଜା ଅବସରରେ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ରାବଣପୋଡି ଉତ୍ସବରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଅଗ୍ନି ସଂଯୋଗ କରି ଧର୍ମର ବିଜୟ, ଅଧର୍ମର ବିନାଶ ଓ ସତ୍ୟର ପ୍ରତିଷ୍ଠା ହିଁ ବିଜୟାଦଶମୀର ଶାଶ୍ୱତ ସନ୍ଦେଶ। ରାବଣପୋଡିର ଅର୍ଥ ହେଲା ଅଧର୍ମ ଉପରେ ଧର୍ମର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟ, ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ। ଆମ ସଂସ୍କୃତି, ପରମ୍ପରାର ସୁରକ୍ଷା ସହ ଏକ ବିକଶିତ ଓ ସଂସ୍କାରୀ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ। ଏହି ରାବଣପୋଡି ଉତ୍ସବକୁ ଦେଖିବା ପାଇଁ ବହୁ ଜନ ସମାଗମ ହୋଇଥିଲା। ଅନୁଷ୍ଠିତ ଏହି ଉତ୍ସବରେ ଟ୍ରଷ୍ଟବୋର୍ଡର ସଦସ୍ୟ ମଳୟ କୁମାର ଜେନା, କମଳାକାନ୍ତ ମହାକୁଡ, ସୁଶାନ୍ତ ରାଉତ, ପରେଶ ରାଉତ, ଆଲୋକ ପରିଡା, ମହେଶ ପରିଡା, ସୁନୀଲ କୁମାର ବାରିକ ପ୍ରମୁଖ ଯୋଗଦେଇଥିଲେ। ସେହିପରି ଜାନୁଗଞ୍ଜ ଦୁର୍ଗାପୂଜା କମିଟି ପକ୍ଷରୁ ବାଘୁରାଇସ୍ଥିତ ସାଳନ୍ଦୀ ନଦୀଘାଟରେ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଏହାକୁ ଦେଖିବା ଲାଗି ବହୁ ଭିଡ ଜମିଥିବାର ଦେଖାଯାଇଥିଲା। ରାବଣ ପୋଡି ଏକ ପରମ୍ପରା ନୁହେଁ।

SOURCE: ODIA PUA