Home national news oriya ଗାନ୍ଧୀବାଦୀ କପିଳ ଚରଣ ସର୍ବଦା ବନ୍ଦନୀୟ

ଗାନ୍ଧୀବାଦୀ କପିଳ ଚରଣ ସର୍ବଦା ବନ୍ଦନୀୟ

5
0

Source :- ODIA PUA

??????

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ସଂଗଠକ, ଗାନ୍ଧୀ ବାଳାଶ୍ରମର ପ୍ରାକ୍ତନ ସଂପାଦକ କପିଳ ଚରଣ ଦାସଙ୍କ ୧୭ତମ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଐତିହାସିକ ଗାନ୍ଧୀ ବାଳାଶ୍ରମ ଭଦ୍ରକ ପରିସରରେ ସମାରୋହରେ ପାଳିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ବିଚାର ମଂଚର ସମ୍ପାଦକ ସୁଧାକର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିିଥି ଭାବରେ “ଅମୃତ ଦର୍ଶନ”ର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବରେ ତ୍ୟାଗଭୂମିର ସଭାପତି ଅଜୟ ନାୟକ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ଗାନ୍ଧୀ ବିଚାର ମଂଚର ସଭାପତି ଶାନ୍ତନୁ କୁମାର ରାଉତ, ପାଳିଆ କଲେଜର ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ, ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସୁବ୍ରତ କୁମାର ବିଶ୍ୱାଳ, ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀ, ଗାନ୍ଧୀ ବାଳାଶ୍ରମ ପରିଚାଳନା କମିଟିର ସଦସ୍ୟ ଉପେନ୍ଦ୍ର କୁମାର ବାରିକ ଓ ପ୍ରାକ୍ତନ ଅଧୀକ୍ଷକ ହୃଷିକେଶ ମହାନ୍ତି ଇତ୍ୟାଦି ଯୋଗଦେଇ ସ୍ୱର୍ଗତ ଦାସଙ୍କ ସ୍ୱାଧୀନତା ସଂଗ୍ରାମର ଯୋଗଦାନ, ଦେଶପ୍ରେମ, ସମାଜସେବା ଓ ତ୍ୟାଗପୂତ ଜୀବନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ଦାସ ଗାନ୍ଧୀଙ୍କ ଜୀବନ ଦର୍ଶନ, ନୀତି ଆଦର୍ଶକୁ ଗ୍ରହଣ କରି ପିତୃମାତୃହୀନ ଅନାଥ ଶିଶୁଙ୍କୁ ସମାଜର ମୁଖ୍ୟସ୍ରୋତରେ ଯେଉଁଭଳି ସାମିଲ କରିପାରିଥିଲେ ତାହା ଯୁଗଯୁ୍‌ଗକୁ ସ୍ମୃତି ହୋଇରହିବ । ଯଥାର୍ଥରେ ସ୍ୱର୍ଗତ ଦାସ ଥିଲେ ସାର୍ଥକ ରଚନାତ୍ମକ କର୍ମୀ ଓ କିମ୍ବଦନ୍ତୀ ସମାଜସେବୀ । ତାଙ୍କର ବହୁବିଧ ପ୍ରତିଭା ଆଜିର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ପ୍ରତ୍ୟୁଷରେ ସର୍ବଧର୍ମ, ପ୍ରାର୍ଥନା, ତିଳତର୍ପଣ, ସମାଧୀପୀଠରେ ପୁଷ୍ପମାର୍ଲ୍ୟ ଅର୍ପଣ କରାଯାଇଥିଲା । ସଭାପ୍ରାରମ୍ଭରେ କଳାକାର କାଳନ୍ଦୀ ମଲ୍ଲିକ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ, ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଓ ପ୍ରାକ୍ତନ ଅଧୀକ୍ଷକ ହୃଷିକେଶ ମହାନ୍ତିଙ୍କ ସଂଯୋଜିତ କାର୍ଯ୍ୟକ୍ରମରେ ପୁରୁବାଇ କନ୍ୟାଶ୍ରମ ସମ୍ପାଦିକା ସୁମତି ମହାନ୍ତି, ବରିଷ୍ଠ ଶିକ୍ଷାବିତ୍ କାଦମ୍ବିନୀ ମହାନ୍ତି, ବସନ୍ତ କୁମାର ମହାନ୍ତି, ଲକ୍ଷ୍ମୀକାନ୍ତ ବାରିକ, ମଦନ ମୋହନ ନାୟକ, କଲାମ ଖାଁ, ପ୍ରଫେସର କୈଳାସ ଚନ୍ଦ୍ର ଜେନା, କବି କୈଳାସ ଦାସ, ରାମଚନ୍ଦ୍ର କର, ନାସିରୁଦ୍ଦିନ ଖାଁ, ନରେନ୍ଦ୍ର ବିଶ୍ୱାଳ ଓ ପ୍ରତାପ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ସଭାରେ ଯୋଗ ଦେଇଥିଲେ । ସଭା ଶେଷରେ ବସୁମିତ୍ରା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

SOURCE: ODIA PUA