Home national news oriya ଜିଲାରେ ଚଳିତବର୍ଷର ଲଗାତାର ବନ୍ୟା ଛାତ୍ରଛାତ୍ରୀଙ୍କୁ ଅଧିକ କ୍ଷତିଗ୍ରସ୍ତ କରିଛି

ଜିଲାରେ ଚଳିତବର୍ଷର ଲଗାତାର ବନ୍ୟା ଛାତ୍ରଛାତ୍ରୀଙ୍କୁ ଅଧିକ କ୍ଷତିଗ୍ରସ୍ତ କରିଛି

4
0

Source :- ODIA PUA

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲାରେ ଚଳିତବର୍ଷର ଲଗାତାର ବନ୍ୟା ଛାତ୍ର ଛାତ୍ରୀଙ୍କୁ ଅଧିକ କ୍ଷତିଗ୍ରସ୍ତ କରିଛି।ବନ୍ୟାରେ ଜିଲ୍ଲାର ୭ଟି ବ୍ଲକ ରେ ୨୯୭ଟି ବିଦ୍ୟାଳୟ ପ୍ରଭାବିତ ହୋଇଥିଲା।ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ବିଦ୍ୟାଳୟ ଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା।ଯେଉଁଠି ଯେଉଁଠି ପାଣି ଛାଡୁଥିଲା ସେହି ସ୍କୁଲ ଗୁଡିକରେ ପାଠପଢ଼ା ଆରମ୍ଭ ହେଉଥିଲା।କହିବାକୁ ଗଲେ ପାଖାପାଖି ଏକ ମାସଧରି ପାଠ ପଢା ବନ୍ଦ ହୋଇଥିଲା। ସେପ୍ଟେମ୍ବର ଆରମ୍ଭ ହେଲାଣି ଗୋଟିଏ ପଟେ ବନ୍ୟା ଅନ୍ୟପଟେ ତୃଟି ପୂର୍ଣ ବହି ପିଲାଙ୍କ ହାତରେ ଏମାନଙ୍କ ଭବିଷ୍ୟତ ନେଇ ଅଭିଭାବକ ମହଲ ଚିନ୍ତାରେ ପଡିଛନ୍ତି।ସିଲାବସ କେମିତି ସରିବ ଏ ନେଇ ପ୍ରଶାସନିକ ସ୍ତରରେ କୌଣସି ନିଷ୍ପତି ନିଆଯାଇନାହିଁ।ବନ୍ୟା ଦ୍ୱାରା ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ ସର୍ବାଧିକ ଧାମନଗର ରେ ୧୫୦ଟି ବିଦ୍ୟାଳୟ ପ୍ରଭାବିତ ହୋଇଥିବା ବେଳେ ଚନ୍ଦବାଲିରେ ୬୬ଟି,ତିହିଡିରେ ୪୨,ଭଣ୍ଡାରୀ ପୋଖରୀ ରେ ୨୮,ଭଦ୍ରକ ରେ ୮ଓ ବାସୁଦେପୁର ରେ ୩ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି।ସେପ୍େଟମ୍ବର ୨ରୁ ପାଠପଢ଼ା ଆରମ୍ଭ ହୋଇଥିବା କଥା ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ କହିଛନ୍ତି।

SOURCE: ODIA PUA