Home national news oriya ଡ ନରହରି ବେହେରା ଟ୍ରଷ୍ଟ ତରଫରୁ ବିଭିନ୍ନ ପ୍ରତିଯୋଗିତା

ଡ ନରହରି ବେହେରା ଟ୍ରଷ୍ଟ ତରଫରୁ ବିଭିନ୍ନ ପ୍ରତିଯୋଗିତା

5
0

Source :- ODIA PUA

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଗ୍ରଣୀ ସାହିତ୍ୟ, ସଂସ୍କୃତି, ସେବା ଟ୍ରଷ୍ଟ କରୋନା ଯୋଦ୍ଧା ଡ ନରହରି ବେହେରା ଟ୍ରଷ୍ଟ ତରଫରୁ ବାଇପାସ ସ୍ଥିତ ଡ୍ରିମ ଇଣ୍ଡିଆ ସ୍କୁଲ ପରିସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଟ୍ରଷ୍ଟର ସଭାପତି ଇ ଅଭୟ ସୁତାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଓଡ଼ିଆ ପ୍ରବନ୍ଧ, ସାଧାରଣଜ୍ଞାନ ବକ୍ତୃତା ପ୍ରତିଯୋଗିତା ରେ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ପିଲା ଭାଗ ନେଇଥିଲେ। ବିଦ୍ୟାଳୟ ର ଅଧକ୍ଷ ପ୍ରତାପ କୁମାର ସାହୁ, ଉପାଧ୍ୟକ୍ଷ ଜୟନ୍ତ କୁମାର ସ୍ୱାଇଁ, ଶିକ୍ଷକ ଜୟଦେବ ପାତ୍ର, ସେଂଟ ଜାଭିୟରସ ର ଶିକ୍ଷକ ମହେଶ୍ୱର ନାୟକ, ରାଣୀତାଲ ହାଇସ୍କୁଲର ଶିକ୍ଷୟିତ୍ରୀ ମନୋରମା ରାୟ, ହମୀରବିନ୍ଧା ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଜାନକୀ ପାଢ଼ୀ, ସାଳନ୍ଦୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ, ପ୍ରଣତି ମଲ୍ଲିକ, ନମିତା ପଣ୍ଡା, ସିଆରସିସି ଶ୍ରଦ୍ଧାଞ୍ଜଳି କର, ସମାଜସେବୀ ସରୋଜ ବିଶ୍ୱାଳ, ତପନ କୁମାର ପଣ୍ଡା ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ। ଏଠାରେ ସ୍ମରଣଯୋଗ୍ୟ ଭଦ୍ରକର ସୁନାମଧନ୍ୟ ସ୍ତମ୍ଭକାର, ସାହିତ୍ୟିକ ପ୍ରଶାସନିକ ଅଧିକାରୀ କରୋନା ଯୋଦ୍ଧା ଡ ନରହରି ବେହେରା ଙ୍କ ଶ୍ରାଦ୍ଧ ଉତ୍ସବରେ କୃତି ପ୍ରତିଯୋଗୀ ମାନଂକୁ ପ୍ରତିବର୍ଷ ପୁରସ୍କୃତ କରାଯାଏ। ସମସ୍ତଙ୍କ ସହଯୋଗ ପାଇଁ ଟ୍ରଷ୍ଟର ଉପଦେଷ୍ଟା ଛବିଲ ତା ବିଶ୍ୱାଳ ସାଧୁବାଦ ଜଣାଇଥିଲେ।

SOURCE: ODIA PUA