Home national news oriya ଡଙ୍କାଗଢିଆ ଦୁର୍ଗା ପୂଜା ନାମ ସଂକୀର୍ତନରେ ହୁଏ

ଡଙ୍କାଗଢିଆ ଦୁର୍ଗା ପୂଜା ନାମ ସଂକୀର୍ତନରେ ହୁଏ

4
0

Source :- ODIA PUA

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ବରପଦାସ୍ଥିତ ଡଙ୍କାଗଢିଆ ଠାରେ ୧୫ ବର୍ଷ ଧରି ସାର୍ବଜନୀନ ଦୁର୍ଗାପୂଜା ପାଳିତ ହୋଇଆସୁଛି । ପୂଜାକୁ ସ୍ୱର୍ଗତ ନଟବର ନାୟକ, ଲକ୍ଷ୍ମୀଧର ବିଶ୍ୱାଳଙ୍କ ସମେତ ସାଧୁ ଚରଣ ପ୍ରଧାନ, ଭରତ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ନାୟକ ଆରମ୍ଭ କରିଥିଲେ । ଚଳିତ ବର୍ଷ ମୂର୍ତି କାରିଗର କାଦବରାଙ୍ଗର ଅଚ୍ୟୁତ ଗିରି ମା’ଙ୍କ ମୃଣୟ ମୂର୍ତି ନିର୍ମାଣ କରିଛନ୍ତି । ସୋମବାର ଅଷ୍ଟମୀ ପୂଜା ଥିବାରୁ ମୁଖ୍ୟ ପୂଜକ ଦେବେନ୍ଦ୍ର ନାଥ ପଣ୍ଡାଙ୍କ ତତ୍ୱାବଧାନରେ ସନ୍ଧିପୂଜା କରାଯାଇଥିବା ବେଳେ ପୂଜକ ଦେବେନ୍ଦ୍ର ନାଥ ମିଶ୍ର,ଦାମୋଦର ମିଶ୍ର ସହଯୋଗ କରିଥିଲେ । ଠାକୁରଙ୍କର ବିଶେଷତଃ ଯେ ଏଠାରେ ନାମ ସଂକୀର୍ତନରେ ଘଟୋତଳନ ଓ ଦେବୀ ବିସର୍ଜନ ହୁଏ । ଏହି ପୂଜାରେ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଟକର କଳାଚିନ୍ମୟୀ ସସ୍ମିତା ରାଣୀ ପାତ୍ର ପାଲା ପରିବେଷଣ କରିବେ । ଏହି ପୂଜା ପାଇଁ ପଡିଆକୁ ସଜ୍ଜା ଯାଇଥିବା ବେଳେ ବିଭିନ୍ନ ପ୍ରକାର ମୀନା ବଜାର ଶୋଭା ପାଉଛି । କମିଟିର ନାରାୟଣ ମହାପାତ୍ର, ସୁଦାମ ଚରଣ ପ୍ରଧାନ, ବସନ୍ତ କୁମାର ସାମଲ,ମହେନ୍ଦ୍ର ନାୟକ, କାର୍ତିକ ଜେନା, ଲକ୍ଷ୍ମଣ ପ୍ରଧାନ, ସୁଦାମ ଜେନା, ଗଗନ ମହାପାତ୍ର, ଆନନ୍ଦ ମହାପାତ୍ର, ଗୋପବନ୍ଧୁ ନାୟକ, ହିରାନକ୍ଷ୍ୟ ବିଶ୍ୱାଳ, ଅର୍ଜୁନ ମହାପାତ୍ର ପ୍ରମୁଖ ବିଭିନ୍ନ ଦିବସର କାର୍ଯ୍ୟକୁ ପରିଚାଳନା କରୁଛନ୍ତି । ଆସନ୍ତା ଗୁରୁବାର ଠାକୁରଙ୍କର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ପ୍ରକାଶଥାଉକି ସେବା ନିବୃତ ସ୍ଥଳ ସେନାଅଧିକାରୀ ବସନ୍ତ କୁମାର ସାମଲଙ୍କ ଆବାହକତ୍ୱରେ କାଉପୁର ସ୍କୁଲର ଏନସିସି ଗାଇଡ୍ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଠାକୁରଙ୍କ ପଡିଆ ସଫେଇ, ଶ୍ରଦ୍ଧାଳୁଙ୍କ ଧାଡି ଦର୍ଶନ, ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା ।

SOURCE: ODIA PUA