Home national news oriya ତିହିଡି : ଓଡିଶା ପୋଲିସ ରାଷ୍ଟ୍ରୀୟ ଏକତା ଦିବସରେ ଶପଥ ପାଠ

ତିହିଡି : ଓଡିଶା ପୋଲିସ ରାଷ୍ଟ୍ରୀୟ ଏକତା ଦିବସରେ ଶପଥ ପାଠ

6
0

Source :- ODIA PUA

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ତିହିଡି ପୋଲିସ ପକ୍ଷରୁ ଆଇଆଇସି ଲୋପାମୁଦ୍ରା ନାୟକଙ୍କ ତତ୍ୱାବଧାନରେ ଓଡ଼ିଶା ପୋଲିସ ରାଷ୍ଟ୍ରୀୟ ଏକତା ଦିବସ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ଶନିବାର ସକାଳେ ପାଳିତ ହୋଇଯାଇଛି।ଏହି ରାଷ୍ଟ୍ରୀୟଏକତା ଦିବସ ଅବସରରେ ଏକତା ପାଇଁ ଶପଥ ପାଠ କରାଯାଇଛି । ପରେ ଏକ ପଦଯାତ୍ରା ତିହିଡ଼ି ଥାନାରୁ ବାହାରି ବଜାର ପରିକ୍ରମା କରିବା ପରେ ତିହିଡି଼ କଲେଜ ନିକଟରେ ପହଂଚିଥିଲା । ପରେ ସେଠାରେ ସାମୂହିକ ଶପଥ ପାଠ କରାଯାଇଥିଲା । ଦେଶର ଏକତା, ଅଖଣ୍ଡତା ଏବଂ ନିରାପତା ରକ୍ଷା କରିବା ପାଇଁ ନିଜକୁ ଉତ୍ସର୍ଗ କରିବା ସହ ଦେଶର ଅଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିଜର ଅବଦାନ କରିବାକୁ ଦୃଢ଼ ଭାବରେ ସଂକଳ୍ପବଦ୍ଧ ବୋଲି ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ସୌମ୍ୟରଞ୍ଜନ ଜେନା, ଏବିଡ଼ିଓ ମୀନକେତନ ବାରିକ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପତ୍ର, ସାଂସଦଙ୍କ ପ୍ରତିନିଧି ସିତାକାନ୍ତ ନାୟକ, ଭାଜପା ମଣ୍ଡଳ ସଭାପତି କେଶବ ବେହେରା, ଏସଆଇ ପ୍ରକାଶ ନାୟକ, ଏଏସଆଇ କୁମୁଦିନୀ ବେହେରା, ଦାମୋଦର ଟୁଡୁ, ସୁରେଶ ଚନ୍ଦ୍ର ମଲ୍ଲିକଙ୍କ ସମେତ ତପୁନ ପାଣି, ହରିଶ୍ଚନ୍ଦ୍ର ବେହେରା, ଜୟପ୍ରକାଶ ବେହେରା ଏବଂ ତିହିଡି଼ ଡିଗ୍ରୀ କଲେଜ ଛାତ୍ରଛାତ୍ରୀମାନେ ପଦଯାତ୍ରାରେ ସାମିଲ ହୋଇ ଶପଥ ପାଠ କରିଥିଲେ ।

SOURCE: ODIA PUA