Home national news oriya ତିହିଡି – ବିକାଶର ଧାରା ଓଡିଶା ସାରା,ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା କାର୍ଯ୍ୟକ୍ରମ

ତିହିଡି – ବିକାଶର ଧାରା ଓଡିଶା ସାରା,ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା କାର୍ଯ୍ୟକ୍ରମ

4
0

Source :- ODIA PUA

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତିରେ ବିକାଶର ଧାରା ଓଡିଶା ସାରା ଅନୁଷ୍ଠିତ ହେଉଛି। ଏହି ଅବସରରେ ତୃତୀୟ ଦିବସରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ସହଯୋଗରେ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡିଶା କାର୍ଯ୍ୟକ୍ରମ ବ୍ଲକ ନୀଳମଣି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ବିଡ଼ିଓ ନିରଞ୍ଜନ ବାରିକ ପୌରହିତ୍ୟ କରି କହିଥିଲେ ଯେ,ସରକାରଙ୍କ ଚାଲିଥିବା ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଭାବ ବିନିନିମୟର ମାଧ୍ୟମ।ସରକାରଙ୍କ ବିଭିନ୍ନ ଯୋଜନାର ଉପକାରିତା ଲୋକମାନଙ୍କୁ ଅବଗତ କରାଇବା କାର୍ଯ୍ୟକ୍ରମର ଲକ୍ଷ୍ୟ ।ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡିଶା କାର୍ଯ୍ୟକ୍ରମ ଜରିଆରେ ଯୁବକ, ଯୁବତୀ ଓ ମହିଳା ମାନେ ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀକରି ଆତ୍ମନିର୍ଭରଶୀଳ ହେବାଦିଗରେ ସଚେତନ ହୋଇପାରିବେ ବୋଲି କହିଥିଲେ।ବିକାଶ ଓ ବୈଷୟିକ କନିଷ୍ଠ ସହକାରୀ ବିଭୂତି ଭୂଷଣ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ,ମୁଖ୍ୟବକ୍ତା ଭାବେ ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବରେଣ୍ୟ ଅତିଥିଭାବେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ସମ୍ନାନିତ ଅତିଥିଭାବେ ଜିଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରିଣୀ ଅନୀତା ନାୟକ, ଜିଲା ସହାୟକ ଶିଳ୍ପ ଅଧିକାରୀ ରଶ୍ମିରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର ସତୀଶ କୁମାର ରାଉତ, ଏବିଡ଼ିଓ ମୀନକେତନ ବାରିକ ଯୋଗ ଦେଇ ଯୁବକ ,ଯୁବତୀ ଓ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଲେ ରାଷ୍ଟ୍ରର ବିକାଶ ହୋଇପାରିବ ବୋଲି କହିଥିଲେ। ଏହି ଅବସରରେ ସ୍ୱାବଲମ୍ବୀ ହୋଇ ଉଦାହରଣ ସୃଷ୍ଟି କରିଥିବା ମାନସୀ ପୁହାଣ, ମଧୁସ୍ମିତା ସାହୁ, ସୋହମ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କନିଷ୍ଠ ସହାୟକ ଶ୍ରୀ ପାଣିଗ୍ରାହୀ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ । ଅତିଥିମାନେ ବିଭିନ୍ନ ଷ୍ଟଲ ପରିଦର୍ଶନ କରି ଏସଏଚଜି ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଯୁବକ ,ଯୁବତୀ ଓ ମହିଳା ଯୋଗଦେଇଥିଲେ।

SOURCE: ODIA PUA