Home national news oriya ଧାମନଗରରେ ବିଭିନ୍ନ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ଧାମନଗରରେ ବିଭିନ୍ନ ବିଦ୍ୟାଳୟରେ ଗୁରୁଦିବସ ପାଳିତ

5
0

Source :- ODIA PUA

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପବିତ୍ର ଗୁରୁ ଦିବସ ଅବସରରେ ଧାମନଗର ଅଂଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହା ମହା ସମାରୋହରେ ପାଳିତ ହୋଇଯାଇଛି। ଆନନ୍ଦପୁର ପଂଚାୟତ ସ୍ଥିତ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭଗବତୀ ଯୁବକ ସଂଘ, କର୍ମବୀର ରାମଚନ୍ଦ୍ର ଦାଶ ସ୍ମୃତି ସଂସଦ, ପଂଚାୟତ ପ୍ରଗତି ପରିଷଦ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡେଭଲପିଂ କମିଟିର ଅଧ୍ୟକ୍ଷ ତଥା ପ୍ରଗତି ପରିଷଦର ସଦସ୍ୟ ବିଜୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଧାନଶିକ୍ଷକ ଦେବବ୍ରତ ବିଶ୍ୱାଳ, ପ୍ରଗତି ପରିଷଦ ସଭାପତି ରମେଶ ଚନ୍ଦ୍ର ପତି, ସାରୋଜ କୁମାର ଦାସ, ନାରାୟଣ ଚନ୍ଦ୍ର ଦାସ, ନିରଞ୍ଜନ ପୁହାଣ ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ ଭଗବତୀ ଯୁବକ ସଂଘ ତରଫରୁ ଗୁରୁ ସମ୍ମାନ-୨୦୨୬ରେ ସମସ୍ତ ଗୁରୁଜୀ ଓ ଗୁରୁମାଙ୍କୁ ମାନପତ୍ର ଓ ଉତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିସହ ବିଦ୍ୟାଳୟର ସେବକ ଦୁର୍ଯ୍ୟୋଧନ ମହାନ୍ତି, ରତିକାନ୍ତ ତରାଇ ଏବଂ ଦୀପ୍ତିରଞ୍ଜନ ମଲ୍ଲିକଙ୍କୁ ସେବା ସମ୍ମାନ-୨୦୨୬ରେ ଭୂଷିତ କରାଯାଇଥିଲା।ସେହିପରି ଦଳାଙ୍ଗ ପଂଚାୟତର ଜାହାଙ୍ଗୀର ସ୍ଥିତ ଜନତା ଉଚ୍ଚ ବିଦ୍ୟାପୀଠରେ ପ୍ରଧାନଶିକ୍ଷକ ପ୍ରିୟଦର୍ଶୀ କୁଅଁର ଙ୍କ ସଭାପତିତ୍ୱରେ ଗୁରୁଦିବସ ପାଳିତ ହୋଇଯାଇଛି। ଏଥିରେ ବିପିନ ବିହାରୀ ରାଉତ, ପୂର୍ବତନ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଘଡ଼େଇ, ରବୀନ୍ଦ୍ର ବେହୁରିଆ ଓ ଅର୍ଜୁନ ଦତ ପ୍ରମୁଖ ଯୋଗଦେଇ ଗୁରୁ ଦିବସର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷକ ପ୍ରଦୀପ ପତି ଗୀତା ପାଠ କରିଥିବାବେଳେ ଚିନ୍ମୟ କୁମାର ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଦ୍‌ଯାଳୟ ର ଶିକ୍ଷକ ପରେଶ ରାଉତ, ବିପିନ ବିହାରୀ ମଲ୍ଲିକ, ସୁନିଲ ସାହୁ, ଶଶିକାନ୍ତ ତରାଇ, ଦୀପକ ବେହେରା, ମାନସ ମହଲା, ବାବୁରାମ ମଲ୍ଲିକ, ପ୍ରଗତିକା ଜେନା, ଉର୍ମିଳା ସେଠୀ, ଶସ୍ମିତା ବାରିକ ଓ ପୁଷ୍ପଲତା ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

SOURCE: ODIA PUA