Home national news oriya ଧାମନଗରରେ ମହାସମାରୋହରେ ଗଣେଶ ପୂଜା, ଚଳଚଂଚଳ ସାରା ଅଂଚଳ, ଆକର୍ଷିତ କରୁଛି ରଙ୍ଗିନ ଆଲୋକମାଳା ଓ...

ଧାମନଗରରେ ମହାସମାରୋହରେ ଗଣେଶ ପୂଜା, ଚଳଚଂଚଳ ସାରା ଅଂଚଳ, ଆକର୍ଷିତ କରୁଛି ରଙ୍ଗିନ ଆଲୋକମାଳା ଓ ମୀନାବଜାର

5
0

Source :- ODIA PUA

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଘ୍ନନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହେଉଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବ୍ଲକର ସହରରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁଆଡେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ଧାମନଗର ଏନଏସି ସମେତ ଦୋବଲ, ଧୁଷୁରୀ ଏବଂ ଅସୁରାଳୀ ଆଦି ପ୍ରମୁଖ ଅଂଚଳରେ ବିଭିନ୍ନ ପୂଜା କମିଟି ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ମହାପ୍ରଭୁଙ୍କ ଆକର୍ଷକ ମୃଣ୍ମୟ ପ୍ରତିମା ପୂଜା ପାଉଛନ୍ତି। ବିଶେଷକରି ଦକ୍ଷିଣବାଡ ଏବଂ ବନ୍ଧଟିଆ ଅଂଚଳର ପୁରାତନ ଗଣେଶ ପୂଜା ଏହି ବର୍ଷ ମଧ୍ୟ ଅତ୍ୟନ୍ତ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେଉଛି, ଯାହାକୁ ଦେଖିବା ପାଇଁ ଆଖପାଖ ଅଂଚଳରୁ ପ୍ରଚୁର ଭକ୍ତଙ୍କ ଭିଡ଼ ଜମୁଛି।ସେହିପରି ରାମେଶ୍ୱରପୁର ଆର.ଆଇ. ଛକ ଏବଂ ପ୍ରସିଦ୍ଧ ରକ୍ଷାକାଳୀ ପୀଠ ପରିସରରେ ଗଣେଶ ପୂଜା ମହା ଆଡମ୍ବରରେ ପାଳିତ ହେଉଛି। ଏଠାକାର ଆକର୍ଷଣୀୟ ତୋରଣ, ରଙ୍ଗବେରଙ୍ଗର ଆଲୋକସଜ୍ଜା ଏବଂ ସାଧାରଣ ଲୋକଙ୍କ ମନ ମୋତାଉଥିବା ମୀନାବଜାର ଉତ୍ସବର ମଜାକୁ ଦ୍ୱିଗୁଣିତ କରିଛି। ସନ୍ଧ୍ୟାରେ ଆଳତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମୀନାବଜାର ରେ ପିଲାଠାରୁ ଆରମ୍ଭ କରି ବୃଦ୍ଧପର୍ଯ୍ୟନ୍ତ ସମସ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି।ବିଭିନ୍ନ ପୂଜା କମିଟିର କର୍ତୃପକ୍ଷଙ୍କୁ ନେଇ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଉଥିବାବେଳେ, ଏହି ମହୋତ୍ସବ ସମଗ୍ର ଧାମନଗର ବ୍ଲକରେ ଏକ ଭାଇଚାରା ଓ ଆନନ୍ଦର ବାତାବରଣ ସୃଷ୍ଟି କରିଛି।

SOURCE: ODIA PUA