Home national news oriya ଧାମରା ବନ୍ଦରରେ ନିଯୁକ୍ତି ଦେବା ନାଁରେ ୭୦ ଲକ୍ଷ ଠକେଇ, ଯୁବକ ଗିରଫ

ଧାମରା ବନ୍ଦରରେ ନିଯୁକ୍ତି ଦେବା ନାଁରେ ୭୦ ଲକ୍ଷ ଠକେଇ, ଯୁବକ ଗିରଫ

4
0

Source :- ODIA PUA

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦରରେ ନିଯୁକ୍ତି ଦେବା ନାଁରେ କେତେକ ଯୁବକଙ୍କ ଠାରୁ ୭ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।ଏହିଘଟଣାରେ ପୋଲିସ ଶନିବାର ସାବରଙ୍ଗ ଥାନା ବଣିଆ ପଂଚାୟତ ଅଧୀନ ସରଗଡ଼ିଆ ଗ୍ରାମର କମଳାକାନ୍ତ ଓଝା ନାମକ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡିଛି। ଅଭିଯୋଗରୁ ପ୍ରକାଶ ଯେ କମଳାକାନ୍ତ ବିଗତ ୬ମାସ ହେଲା ଠକାମି କାରବାର ଚଳାଇଥିଲେ । ବିଭିନ୍ନ ଅଂଚଳର ବେକାର ଯୁବକମାନଙ୍କୁ ଧାମରା ବନ୍ଦରରେ ବିଭିନ୍ନ ପଦବୀ ସହିତ ରେଳପଥରେ ସିକ୍ୟୁରିଟି ଗାର୍ଡ଼ ପଦବୀରେ ନିଯୁକ୍ତି ଦେବା ନାଁରେ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଉଥିଲେ । ସେମାନଙ୍କ ଠାରୁ ଫୋନ ପେ ଏବଂ ନଗଦ ଅର୍ଥ ନେବାପରେ କମଳାକାନ୍ତ ଜାଲ ନିଯୁକ୍ତି ପତ୍ର ଦେଇଥିଲେ । ଏହି କ୍ରମରେ କମଳାକାନ୍ତ ୧୯ଜଣଙ୍କ ଠାରୁ ୭ଲକ୍ଷ ୧୬ହଜାର ୯ଶହ ଟଙ୍କା ନେଇଥିବା ଦର୍ଶାଯାଇଛି । ତେବେ ଜାଲ ନିଯୁକ୍ତି ପାଇଥିବା ଯୁବକ ମାନେ ଠକାମିର ଶିକାର ହୋଇଥିବା ଜାଣିବା ପରେ କମଳାକାନ୍ତଙ୍କୁ ଧରିବାକୁ ଯୋଜନା କରିଥିଲେ । ସେମାନେ କମଳାକାନ୍ତଙ୍କୁ ଡକାଇବା ପରେ ଗୁରୁବାର ସନ୍ଧ୍ୟାରେ ସେ ତିହିଡି଼ ଆସିଥିଲେ । ପରେ ସେହି ଯୁବକମାନେ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ସାନ୍ତରାପୁର ଗ୍ରାମର ସୁଜୟ କୁମାର ଦାସ ଓ ଅନ୍ୟ ଯୁବକଙ୍କ ଏତଲା କ୍ରମେ ପୋଲିସ ଏକ ମକଦ୍ଦମା (୪୪୩/୨୬) ରୁଜୁ କରିବା ସହ କମଳାକାନ୍ତଙ୍କୁ ଗିରଫ କରିଛି ।

SOURCE: ODIA PUA