Source :- ODIA PUA
ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଦୋସିଙ୍ଗାରେ ଥିବା ଭାରତୀୟ ମଜଦୁର ସଂଘ ଅଫିସ ପ୍ରାଙ୍ଗଣରେ ରାଷ୍ଟ୍ରୀୟ ଶ୍ରମ ଦିବସ ଏବଂ ବିଶ୍ୱକର୍ମା ଦିବସ ପାଳିତ ହୋଇଯାଇଛି। ସାରା ବିଶ୍ୱକୁ ବିଶ୍ୱକର୍ମା ନିର୍ମାଣ କରିଥିବା ବେଳେ ଏହାକୁ ମନେ ରଖିବା ସହ ଭାଇଚାରର ସମ୍ପର୍କକୁ ବଜାଇ ରଖିବା ପାଇଁ ଏହି ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ କରାଯାଉଛି ବୋଲି ଉପସ୍ଥିତ ଥିବା ବ୍ୟକ୍ତି ମାନେ ମତବ୍ୟକ୍ତ କରିଥିଲେ। ଏଥିସହ ଏହି ଦିବସରେ ବିଶ୍ୱକର୍ମାଙ୍କ ପୂଜା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଆଜି ପାଳନ କରାଯାଇଥିବା ରାଷ୍ଟ୍ରୀୟ ଶ୍ରମ ଦିବସ ଏବଂ ବିଶ୍ୱକର୍ମା ପୂଜା ଅବସରରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ଶାନ୍ତନୁ କୁମାର ମହାପାତ୍ର, ଜିଲ୍ଲା ସଂପାଦକ ତଥା ଧାମରା ବନ୍ଦର କର୍ମଚାରୀ ସଂଘର ସହ ସଭାପତି ମନୋଜ କୁମାର ବସନ୍ତ ରାୟ ଧାମରା ବନ୍ଦର କର୍ମଚାରୀ ସଂଘର ସଂପାଦକ ମନୋଜ ଲେଙ୍କା, ସହ ସଭାପତି ଚନ୍ଦ୍ର ଶେଖର ଜେନା, ବିଜୟ ପ୍ରତାପ ଜେନା, ପ୍ର‘ୁଲ ସେଠୀ, ଶୁଭେନ୍ଦୁ ନାୟକ, ମୁକ୍ତିକାନ୍ତ ସାହୁ, ଅରୁଣ ଦାସ, ଅଜୟ ମଣ୍ଡଳ, ଶଶିକାନ୍ତ ସାହୁଙ୍କ ସମେତ ଭାରତୀୟ ମଜଦୁର ସଂଘ ଏବଂ ଧାମରା ବନ୍ଦର କର୍ମଚାରୀ ସଂଘର ସମସ୍ତ କାର୍ଯ୍ୟକର୍ତା ଏବଂ ଅଙ୍ଗନବାଡି ସଂଘର ଲକ୍ଷ୍ମୀପ୍ରିୟା ପାତ୍ର, ସୁମତୀ ଦାସ, ଅନିତା ବିଶ୍ୱାଳ ଙ୍କ ସହ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
SOURCE: ODIA PUA




