Source :- ODIA PUA
ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଆଙ୍କ ପରମ୍ପରା ଓ ସଂସ୍କୃତିକୁ ନେଇ ଉତ୍କଳ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ କ୍ରମଶଃ ଏହାକୁ ଉଦଯିବିତ କରି ରଖିବା ନେଇ ଆମେ ସମସ୍ତେ ପ୍ରୟାସ ଜାରି ରଖିଲେ ପର ପିଢୀଙ୍କ ପାଇଁ ଏହା ସହାୟକ ହୋଇ ପାରିବ ବୋଲି ଭଦ୍ରକ ଜିଲ୍ଲା ରାମଚନ୍ଦ୍ରପୁର ପଚାଂୟତ ନିମାପଡା ଶ୍ରୀ ଜଗନ୍ନାଥ ଆଚଂଳିକ ରଜ ମହୋତ୍ସବର ତୃତୀୟ ସାଂସ୍କୃତିକ ସଭାରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ କହିଛନ୍ତି । ଏଠାରେ ଚାରିଦିନ ବ୍ୟାପି ବିଭିନ୍ନ ପ୍ରତିଯୋଗିତା କରି ସମ୍ବର୍ଦ୍ଧନା କାର୍ଯ୍ୟକୁ ସେ ପ୍ରଶଂସା କରିଥିବା ବେଳେ ମହୋତ୍ସବର କଳେବର ବୃଦ୍ଧିରେ ପଡିଆର ଉନ୍ନତିକରଣ ପାଇଁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର ତଥା ବିଜେପି ନେତା ଡ. ସୁଧାଂଶୁ ଶେଖର ନାୟକ ରଜ ମହୋତ୍ସବ ପାଳନର ବୈଜ୍ଞାନିକ ଯୁକ୍ତି ଯୁକ୍ତତାକୁ ପ୍ରତିପାଦନ କରି ଏହି ବ୍ଲକରେ ପ୍ରମୁଖ ପର୍ବ ଭାବେ ପାଳନରେ କମିଟିର ସମସ୍ତ ସଦସ୍ୟ ସହଯୋଗକୁ ପ୍ରଶଂସା କରିଥିଲେ । ରଜ ମହୋତ୍ସବ କମିଟିର ସଭାପତି ପ୍ରାକ୍ତନ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆଦର୍ଶ ଶିକ୍ଷାବିତ୍ ଅଜୟ ପୃଷ୍ଟି ମଂଚ ସଂଯୋଜନା କରିଥିଲେ । ପ୍ରାକ୍ତନ ସରପଚଂ ପୂର୍ଣ୍ଣଚନ୍ଦ୍ର ରାଉତ, ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ, ଆଇନଜିବୀ ମାଧବାନନ୍ଦ ଦାସ,ସନାତନ ସେଠୀ ପ୍ରମୁଖ ଅତିଥି ଥିଲେ । ସମାଜସେବୀ ରାମନାରାୟଣ ଦାସ,ଭାଗିରଥୀ ସେଠୀ, ଶିଶୁ ଲେଖକ ନୀତିନଜିତ୍ ସାହୁ, ସଫଳ ଉଦ୍ୟାନବିତ୍ ସୁବାଷ ଚନ୍ଦ୍ର ପଣ୍ଡା, ଫଟୋ ଚିତ୍ରଶିଳ୍ପୀ ନମିତା ବେହେରା, ଅବସରପ୍ରାପ୍ତ ସାମରିକ ଅଧିକାରୀ ନିରଞ୍ଜନ ସାମଲ, ଯାତ୍ରା ଖଳ ନାୟକ କ୍ଷିତିଶ ନାୟକ,ଶ୍ରଦ୍ଧା ନୃତ୍ୟାନୁଷ୍ଠାନର କଳାକାର ଓ ରଜ କୁଇନର ବିଚାରକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବାଲେଶ୍ୱରର ଶ୍ରଦ୍ଧା ନୃତ୍ୟାନୁଷ୍ଠାନର ରଙ୍ଗାରଙ୍ଗ ସଙ୍ଗୀତ, ନୃତ୍ୟ ଓ ଖଳନାୟକ କ୍ଷିତିଶଙ୍କ ସଂଳାପରେ ଦର୍ଶକ ବିମୋହିତ ହୋଇଥିଲେ । ସୂର୍ଯ୍ୟମଣୀ ରାଉଳ, ହୃଷିକେଷ ମିଶ୍ର, ଶ୍ୟାମ ସୁନ୍ଦର ଜେନା, ନକୂଳ ବାରିକ, ବିରେନ୍ଦ୍ର ବିଶ୍ୱାଳ,ବିଜୟ ବିଶ୍ୱାଳ, ଅର୍ଜୁନ ଚରଣ ବାରିକ, ସତ୍ୟସୁନ୍ଦର ପରିଡା, ସୌଭାଗ୍ୟ ରଞ୍ଜନ ନାୟକ ପ୍ରମୁଖ ସହଯୋଗ କରିଥିଲେ ।
SOURCE: ODIA PUA







