Home national news oriya ବାପାର ତାଗିଦରୁ ଘରୁ ପଳାଇଲା ପୁଅ, ପୁଅକୁ ଖୋଜିବାକୁ ଯାଇ ମା’ନିଖୋଜ

ବାପାର ତାଗିଦରୁ ଘରୁ ପଳାଇଲା ପୁଅ, ପୁଅକୁ ଖୋଜିବାକୁ ଯାଇ ମା’ନିଖୋଜ

6
0

Source :- ODIA PUA

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧୂଷୁରୀ ବିଜ୍ଞାପିତ ଅଂଚଳରେ ଏକ ସମ୍ବେଦନଶୀଳ ଘଟଣା ସାମନାକୁ ଆସିଛି।ପାଠ ପଢିବା ପାଇଁ ବାପାଙ୍କର ତାଗିଦ ପରେ ପୁଅ ଘରୁ ରାଗି ପଲାଇ ଯାଇଥିଲା ବେଳେ ପୁଅକୁ ଖୋଜିବାକୁ ଯାଇ ମା ମଧ୍ୟ ଏଯାଏଁ ଫେରିନଥିବା ଜଣାଯାଇଛି।ଚାରିଦିନ ହେବ ମା ପୁଅ ନିଖୋଜ ରହିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ଏନେଇ ଧୂଷୁରୀ ଥାନାରେ ଅଭିଯୋଗ ହୋଇଛି।ଧୂଷୁରୀ ବ୍ରାହ୍ମଣପାଳ ଡକାସାହିର ନବମ ଶ୍ରେଣୀର ଛାତ୍ର ଜଗତଜ୍ୟୋତି(୧୪) ଉପରେ ପାଠ ପଢିବାକୁ ନେଇ ବାପା ରାଜୀବ ବେହେରା ଗତ ସୋମବାର ସନ୍ଧ୍ୟାରେ ବିରକ୍ତି ପ୍ରକାଶ କରିଥିଲେ।ମଙ୍ଗଳବାର ସକାଳେ ପୁଅ ଜଗତଜ୍ୟୋତି ଝାଡା ଯାଉଥିବା ମାକୁ କହି ସାଇକେଲ ଧରି ପଳାଇ ଆସିଥିଲା।କିଛି ସମୟ ପରେ ମା’ ଜୟନ୍ତୀ ବେହେରା(୪୦) ମନରେ ସନ୍ଦେହ ଆସିବାରୁ ପୁଅକୁ ଖୋଜିବା ପାଇଁ ଘରୁ ବାହାରି ଆସିଥିବା ବେଳେ ଧୂଷୁରୀ ବଜାରରେ ଥିବା ଜଣେ ପରିଚିତ ଦୋକାନରେ ସାଇକେଲ ରଖି ପୁଅ ବସରେ ଭଦ୍ରକ ଆଡକୁ ପଳାଇ ଯାଇଥିବା ମା’ଜୟନ୍ତୀ ଜାଣିବାକୁ ପାଇଥିଲେ।ଜୟନ୍ତୀ ସେଠାରୁ ଗାଁର ଜଣେ ବ୍ୟକ୍ତିଙ୍କ ସହିତ ଭଦ୍ରକ ପର୍ଯ୍ୟନ୍ତ ଯାଇ ଖୋଜିବା ପରେ ନିରାଶ ହୋଇଥିଲେ।ଘରକୁ ଫେରିବା ବାଟରେ ଆଉଥରେ ପୁଅକୁ ଖୋଜିବା କଥା କହି କୋର୍କରା ନିକଟରୁ ଓହ୍ଲାଇ ରହି ଯାଇଥିଲେ।ଇତିମଧ୍ୟରେ ଚାରିଦିନ ବିତିଯାଇଥିଲେ ମଧ୍ୟ ମା ଓ ପୁଅର କୌଣସି ସନ୍ଧାନ ମିଳିନାହିଁ।ରାଜୀବ ସ୍ତ୍ରୀ ଓ ପୁଅକୁ ପାଇବା ପାଇଁ ସାହିଭାଇ ବନ୍ଧୁବାନ୍ଧବଙ୍କ ସହିତ ଅନେକ ସ୍ଥାନରେ ଖୋଜାଖୋଜି କରିବା ପରେ ବି କେଉଁଠି ସଂଧାନ ପାଇପାରି ନାହାଁନ୍ତି।ସେ ଧୂଷୁରୀ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି।ତେବେ ନିଖୋଜ ଥିବା ମା ଜୟନ୍ତୀ ଏବଂ ପୁଅ ଜଗତଜ୍ୟୋତି ଏବେ କେଉଁଠି ଏବଂ କିପରି ଅଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

SOURCE: ODIA PUA