Home national news oriya ବିଭିନ୍ନ ଦାବୀ ନେଇ ପାଚିକା ସଂଘର ବିକ୍ଷୋଭ

ବିଭିନ୍ନ ଦାବୀ ନେଇ ପାଚିକା ସଂଘର ବିକ୍ଷୋଭ

5
0

Source :- ODIA PUA

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଙ୍ଗଳବାର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ମଧ୍ୟାହ୍ନ ଭୋଜନ ପାଚିକା ସଂଘ ପକ୍ଷରୁ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପାଚିକା ମାନଙ୍କ ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ଦରମା ପ୍ରଦାନ ସହ ମୃତ୍ୟୁ କାଳୀନ ସହାୟତା, ବୀମା, ପେନସନ ଓ ପରିବାରକୁ ଉଚିତ୍ ସରକାରୀ ସହାୟତା ଓ ଅନୁକମ୍ପା ପ୍ରଦାନ ଦାବୀରେ ସିଆଇଟିୟୁ ଓଡିଶା ରାଜ୍ୟ କମିଟି ଡାକରାରେ ଆସନ୍ତା ୨୪ ଓ ୨୫ ରେ ଭୁବନେଶ୍ୱରରେ ଚାଲ ଅଭିଯାନକୁ ସଫଳ କରିବା ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରାରମ୍ଭରେ ବ୍ଲକ ପାଚିକା ସଂଘର ପଙ୍କଜିନୀ ମହାରଣା, ସୁକାନ୍ତୀ ମୈକାପ, ସୁମତୀ ବିଶ୍ୱାଳ, ଅନ୍ନପୂର୍ଣ୍ଣା ସାହୁ, ସଞ୍ଜୁଲତା ଜେନା,ସବିତା ପୁହାଣ, ଭାରତୀ ପରିଡା, ସସ୍ମିତା ପଣ୍ଡା, ଗୁରୁବାରୀ ଜେନା, ପଦ୍ମାଳୟା ସେଠୀଙ୍କ ସମେତ ୩୦ ରୁ ଉର୍ଦ୍ଧର୍ ସଦସ୍ୟା ହାତରେ ବ୍ୟାନର ଓ ପତାକା ଧରି ବିଭିନ୍ନ ଦାବୀ ସର୍ମ୍ପକୀତ ସ୍ଲୋଗାନ ଦେଇ ଥାନା ଛକରୁ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଚିଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବୀ ସମ୍ବଳିତ ପତ୍ର ପ୍ରଦାନ କରିଥିଲେ । ଏଥିରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ବ୍ଲକ ସମ୍ପାଦିକା ରୋଜାଲିନ ସାମ୍ୟବାଦୀ ଯୋଗଦେଇଥିଲେ । ବ୍ଲକ ମଧ୍ୟାହ୍ନ ଭୋଜନ ପାଚିକା ସଂଘ ସମ୍ପାଦକ ମଣ୍ଢଳୀ ସଭ୍ୟ ମହେଶ୍ୱର ନାୟକ ଏବଂ ସିପିଆଇଏମ ନେତା ତଥା ଯୁବ ଆଇନଜିବୀ ପ୍ରତାପ ସେଠୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

SOURCE: ODIA PUA