Source :- ODIA PUA
ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପ ଠାରେ ଏକଦିବସୀୟ ମତ୍ସ୍ୟ ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଅଧିକାରୀଣି ଉପାସନା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ ଉଦଘାଟନ କରିଥିଲେ। ଏଥିରେ ବିଡିଓ ଦେବଦତ ଦାଶ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅମର କୁମାର ସାହୁ, କୃଷି ବିଶେଷଜ୍ଞ ବିଶ୍ୱ ରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗଦେଇ ମାଛ ଉତ୍ପାଦନ ଓ ମତ୍ସ୍ୟ ଚାଷ ସମ୍ପର୍କରେ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାଛଡା ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ମତ୍ସ୍ୟ ଚାଷ ପାଇଁ ତାଲିମ ପ୍ରଦାନ କରାଯାଇଥିଲା। ଏଥିରେ ବିଭିନ୍ନ ଗ୍ରାମର ଅଗ୍ରଣୀ ମତ୍ସ୍ୟ ଚାଷୀ ମାନେ ଯୋଗ ଦେଇଥିଲେ। ସହକାରୀ ମତ୍ସ୍ୟ ଅଧିକାରୀ ଅକ୍ଷୟ କୁମାର ସେଠୀ ଅତିଥି ପରିଚୟ ପ୍ରଦାନ କରିଥି୍ୱା ବେଳେ ବିଭୂତି ଭୂଷଣ ଜେନା ଆଭିମୁଖ୍ୟ ପ୍ରଦାନ ଓ କ୍ଷୀରୋଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
SOURCE: ODIA PUA







