Home national news oriya ମହିଳାଙ୍କ ନିକଟରୁ ଝାମ୍ପିନେଲେ ବ୍ୟାଗ୍‌

ମହିଳାଙ୍କ ନିକଟରୁ ଝାମ୍ପିନେଲେ ବ୍ୟାଗ୍‌

4
0

Source :- ODIA PUA

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ଥାନା ଅର୍ନ୍ତଗତ ଜଗଦିଶପୁର ଛକ ନିକଟରେ ଗତକାଲି ଦୁଇଜଣ ଦୂବୁର୍ତ ଏକ ମୋଟର ସାଇକେଲ୍ ଆସି ଜଣେ ମହିଳାଙ୍କ ହ୍ୟାଣ୍ଡ ବ୍ୟାଗ ଛଡାଇ ନେଇଯାଇଛନ୍ତି । ମହିଳାଙ୍କ ବ୍ୟାଗରେ ୫ ହଜାର ୯ ଶହ ଟଙ୍କା, ଗୋଟିଏ ପୋକୋ ଏମଟୁ ମୋବାଇଲ୍ ଓ ଗୋଟିଏ ଇଅରବର୍ଡ ସହ ଆବଶ୍ୟକୀୟ କାଗଜପତ୍ର ବ୍ୟାଗ ମଧ୍ୟରେ ଥିଲା । ଏନେଇ ମହିଳା ଜଣକ ବନ୍ତ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ ଚଳାଇଥିଲା । ବିଶେଷସୁତ୍ରରୁ ଖବର ପାଇ ପୋଲିସ ଛିନତାଇରେ ସଂପୃକ୍ତ ଥିବା ୨ ଜଣ ଦୁବୁର୍ତଙ୍କୁ ଠାବ କରିଛି । ଗଭରପୁର ଗ୍ରାମର ଅଜୟ କୁମାର କାଣ୍ଡି (୨୨) ଓ ଅନ୍ୟଜଣେ ସାଳକଣିଆ ଗ୍ରାମର ରାମ ଚନ୍ଦ୍ର କର(୪୨) ବୋଲି ଜଣା ପଡିଥିବା ବେଳେ ପୋଲିସ ତାଙ୍କ ନିକଟରୁ ନଦଗ ୧୨ ଶହ ଟଙ୍କା, ଗୋଟିଏ ପୋକୋ ଏମଟୁ ମୋବାଇଲ ଓ ଗ୍ରେ ରଙ୍ଗର ବ୍ୟାଗ ଜବଦ କରି କୋର୍ଟ ଚାଲାଣ କରିଛି । ପ୍ରକାଶଥାଉକି ଜବଦ ସାମଗ୍ରୀ ମହିଳାଙ୍କର ହୋଇଥିବା ବେଳେ ଆବଶ୍ୟକୀୟ କାଗଜ ଦେଖାଇବା ପରେ ମହିଳାଙ୍କୁ ତାଙ୍କ ଜିନିଷ ଫେରାଇବା ପରେ ପୋଲିସ କହିଛି ।

SOURCE: ODIA PUA